ମୁମ୍ବାଇ : ଦିଗ୍ଗଜ ଗାୟିକା ଆଶା ଭୋସଲେଙ୍କୁ ୧୧ ଏପ୍ରିଲ ଶନିବାର ମୁମ୍ବାଇର ବ୍ରିଚକ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲ ଏମାର୍ଜେନ୍ସୀରେ ତାଙ୍କର ଚିକିତ୍ସା ଚାଲିଛି। ସୂତ୍ର ଅନୁସାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ଅଛି ସେ ନେଇ ହସ୍ପିଟାଲ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ। ହସ୍ପିଟାଲ ଅଧିକାରୀ ଅଥବା ତାଙ୍କ ପରିବାର ଲୋକେ କୌଣସି ଅଧିକାରୀକ ବୟାନ ଜାରି କରି ନାହାନ୍ତି। ତେବେ ଆଶା ବ୍ରିଚକ୍ୟାଣ୍ଡି ହସ୍ପିଟାଲରେ ଆଡମିଟ ଥିବା ଡାକ୍ତର ପ୍ରତି ସମଦାନୀ ପୁଷ୍ଟି କରିଛନ୍ତି। ଆଶାଙ୍କ ସହ ତାଙ୍କ ପରିବାର ମଧ୍ୟ ହସ୍ପିଟାଲରେ ଅଛନ୍ତି।

କୁହାଯାଉଛି ଆଶା ହୃଦଘାତର ଶିକାର ହୋଇଛନ୍ତି। ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲ ପହଞ୍ଚାଇଥିଲେ। ଆଶା ଭୋସଲେ ବଲିଉଡ ଲିଜେଣ୍ଡ୍ରି ସିଙ୍ଗରଙ୍କ ମଧ୍ୟରେ ଅନ୍ୟତମ। ସେ ୧୯୫୦ ମସିହାରୁ ବଲିଉଡ ଫିଲ୍ମରେ ପ୍ଲେବ୍ୟାକ୍ ସିଙ୍ଗର ଭାବେ କଣ୍ଠଦାନ କରିଆସୁଛନ୍ତି। ମଙ୍ଗେସ୍କର ପରିବାରର ଲତା ମଧ୍ୟ ଆଶା ମଙ୍ଗେସ୍କରଙ୍କ ଭଳି ସୁମଧୂର ସ୍ୱରର ଅଧିକାରିଣୀ। ୧୯୫୨ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ସଙ୍ଗଦିଲ’ରେ ପ୍ରଥମ ଗିତ ଗାଇଥିଲେ। ମ୍ୟୁଜିକ୍ କମ୍ପୋଜର ସଜ୍ଜାଦ ହୁସେନଙ୍କ ଏହି ଆଲବମ ଆଶାଙ୍କୁ ପ୍ରସିଦ୍ଧି ଦେଇଥିଲା।

ତତ୍କାଳୀନ ଜଣାଶୁଣା ନିର୍ଦ୍ଦେଶକ ବିମଲ ରାୟ ୧୯୫୩ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ପରିଣିତା’ରେ ଆଶା ଭୋସଲେଙ୍କୁ ସାଇନ କରାଇଥିଲେ। ଏହା ପରେ ରାଜ କପୁର ୧୯୫୪ରେ ମୁକ୍ତିଲାଭ କରିଥିବା ତାଙ୍କ ଫିଲ୍ମ ‘ବୁଟ ପଲିସ’ରେ ତାଙ୍କୁ କାମ ଦେଇଥିଲେ। ତେବେ ୧୯୫୭ରେ ମୁକ୍ତି ଲାଭ କରିଥିବା ବି.ଆର.ଚୋପ୍ରାଙ୍କ ଫିଲ୍ମ ‘ନୟା ଦୌର’ ଫିଲ୍ମରେ କଣ୍ଠଦାନ କରି ଆଶା ସଫଳତାର ଅସଲ ସ୍ୱାଦ ଚାଖିଥିଲେ। ମହମଦ ରଫିଙ୍କ ସହ ଆଶା ଭୋସଲେଙ୍କ ଯୋଡି ସେ ସମୟରେ ସୁପରହିଟ୍ ଥିଲା।