ଶ୍ରୀନଗର,|୦୭ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ନିରୋଧୀ ଅଭିଯାନକୁ ଜୋରଦାର କରିଛି ଭାରତୀୟ ସେନା । ଆତଙ୍କବାଦୀଙ୍କୁ ଖୋଜି ଖୋଜି ନିପାତ କରାଯାଉଛି । ଏହାସହ ସର୍ଚ୍ଚ ଅପରେସନ ମଧ୍ୟ ଜାରି ରହିଛି । ଏସବୁ ଭିତରେ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ରାତିର ଅନ୍ଧକାରରେ ଦୁଇ ଜଣ ଆତଙ୍କବାଦୀ ସିସିଟିଭିରେ କଏଦ ହୋଇଛନ୍ତି ।

ରିପୋର୍ଟ ଅନୁସାରେ, ସୋପିଆନରେ ଦୁଇ ଜଣ ଆତଙ୍କବାଦୀ ଲୁଚିଥିବା ସୁରକ୍ଷାକର୍ମୀଙ୍କୁ ଖବର ମିଳିଛି । ସେମାନଙ୍କୁ ଧରିବା ପାଇଁ କମ୍ବିଂ ଅପରେସନ ଚାଲିଛି । ଦୁଇ ଟପ୍ ଆତଙ୍କବାଦୀ ଲଶ୍କର-ଏ-ତୋଏବାର ବୋଲି ଜଣାପଡିଛି । ସେମାନେ ରାସ୍ତାରେ ଯାଉଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି । ଏକ ଫଳ ବଗିଚା ରାସ୍ତାରେ ଉଭୟ ଯାଉଥିବା ନଜର ଆସିଛନ୍ତି ।

Also Read :- ଇସ୍ରାଏଲ-ଆମେରିକା ସମ୍ପର୍କରେ ଫାଟ ! ନିଜକୁ ନେତନ୍ୟାହୁଙ୍କ 'ବସ୍' କହିଲେ ଟ୍ରମ୍ପ୍

ଆତଙ୍କବାଦୀମାନେ ଯେଉଁ ରାସ୍ତା ଦେଇ ଯାଉଛନ୍ତି ତାରି ଆଖପାଖରେ ୭ଟି ଗାଁ ରହଛି । ସେମାନଙ୍କୁ ଧରିବା ପାଇଁ ସେନା, ସିଆରପିଏଫ ଜୋରଜାର ଉଦ୍ୟମ କରୁଛନ୍ତି । ପ୍ରାୟ ୪ଟି ଗାଁରେ ଅପରେସନ ସରିଛି । ଉଭୟ ଆତଙ୍କବାଦୀଙ୍କ ପରିଚୟ ମିଳିସାରିଛି । ସେମାନେ ହେଲେ ଲତିପ୍ ଏବଂ ଜାକିର୍ ।

ପୋଲିସର କହିବାନୁସାରେ, ଜାକିର ଏବଂ ଲତିଫ୍ କୁଲଗାମ୍ ଜିଲ୍ଲାର ଅଟନ୍ତି । ସେମାନେ ୨୦୨୪ରେ ଲଶ୍କରରେ ସାମିଲ ହୋଇଥିଲେ । ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀମାନେ ଗୁଳିଚାଳନା କରିଥିଲେ । ଯାହା ପରେ ସେନା ମଧ୍ୟ ପାଲଟା ଫାୟାରିଂ କରିଥିଲା । ଏହାପରେ ସେମାନେ ଲୁଚି ଯାଇଥିଲେ । ଉଭୟଙ୍କୁ ଖୁବ୍ ଶୀଘ୍ର ଧରାଯିବ ବୋଲି ସେନା ପକ୍ଷରୁ କୁହାଯାଇଛି ।