ବାଲିପାଟଣା ୨୫।୦୧ : ପ୍ରଧାନମନ୍ତ୍ରୀଙ୍କ ୧୩୦ତମ ମନ୍‌ କି ବାତ୍‌ । ବାଲିପାଟଣାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଲେ ସାଂସଦ ଦେଲେ ଭୁବନେଶ୍ୱର ସାଂସଦ ଅପରାଜିତ ଷଡଙ୍ଗୀ । ଏହାସହିତ ବିଜେପି ନେତା ଶଶିଭୂଷଣ ପାତ୍ର ମଧ୍ୟ ଯୋଗ ଦେଇଥିଲେ । ତେବେ ବାଲିପାଟଣା ଛକରେ ସାଂସଦ ପହଞ୍ଚିବା ପରେ ସ୍ଥାନୀୟ ନେତୃବୃନ୍ଦ ତାଙ୍କୁ ସ୍ୱାଗତ କରିଥିଲେ । ପରେ ବାଲିପାଟଣା ସେଣ୍ଟ ଜାଭିଅର ହାଇସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ସାଂସଦ । କର୍ମୀ ଓ ସ୍ଥାନୀୟ ନେତାଙ୍କ ସହିତ ମନ୍‌ ବି ବାତ୍‌ କାର୍ଯ୍ୟକ୍ରମକୁ ଶୁଣିଥିଲେ । ପ୍ରଧାନମନ୍ତ୍ରୀ ମୋଦି କିପରି ସମସ୍ତ ରାଜ୍ୟର ଜନସାଧାରଣଙ୍କୁ ବାନ୍ଧି ରଖିଛନ୍ତି । ସେବିଷୟରେ ଆଲୋଚନା କରିଥିଲେ ସାଂସଦ ।