ମୁମ୍ବାଇ : ବଲିଉଡର ଭେଟେରାନ୍ ଅଭିନେତା ଅନୁପମ ଖେର ଓ କିରଣ ଖେରଙ୍କ ଯୋଡ଼ି ସିନେମା ଜଗତରେ ବେଶ୍ ପରିଚିତ। ଦୀର୍ଘବର୍ଷ ଧରି ଦୁହେଁ ଏକାଠି ରହିଆସୁଛନ୍ତି। କିନ୍ତୁ କିରଣ ଖେରଙ୍କୁ ବିବାହ କରିବା ପୂର୍ବରୁ ଅନୁପମ ଖେରଙ୍କ ବିବାହ ଆଉ ଜଣେ ଅଭିନେତ୍ରୀଙ୍କ ସହ ହୋଇଥିଲା ବୋଲି ଅନେକ ଥର ଆଲୋଚନା ହୋଇଥାଏ । ସୂଚାନୁଯାଇ, ଅନୁପମ ଖେରଙ୍କ ପ୍ରଥମ ବିବାହ ଅଭିନେତ୍ରୀ ମଧୁମାଲତୀ କପୁରଙ୍କ ସହ ହୋଇଥିଲା। ତେବେ ଏହି ବିବାହ ଦୀର୍ଘ ସମୟ ଧରି ଚାଲିପାରିନଥିଲା। ପରେ ଦୁହେଁ ଅଲଗା ହୋଇଯାଇଥିଲେ। ପୂର୍ବରୁ ଅନୁପମ ଖେରଙ୍କ ବ୍ୟକ୍ତିଗତ ଜୀବନର ଏହି ଅଧ୍ୟାୟ ବିଷୟରେ ବିଭିନ୍ନ ସମୟରେ ଆଲୋଚନା ହୋଇଛି।

ରିପୋର୍ଟ ଅନୁସାରେ, ଅନୁପମ ଖେରଙ୍କ ଭାଇ ରାଜୁ ଖେର ମଧ୍ୟ ଏହି ବିବାହକୁ ନେଇ କିଛି କଥା ପ୍ରକାଶ କରିଥିଲେ । ତାଙ୍କ କହିବା ଅନୁଯାୟୀ, ଏହି ସମ୍ପର୍କ ଖୁବ୍ ଶୀଘ୍ର ଭାଙ୍ଗିଯାଇଥିଲା। ବାହାଘରର ଗୋଟିଏ ଦିନ ପରେ ବାହାଘର ଭାଙ୍ଗିଯାଇଗଲା ବୋଲି ରାଜୁ ଖେର କହିଥିଲେ । ପରେ ଅନୁପମ ଖେରଙ୍କ ଜୀବନରେ କିରଣ ଖେର ଆସିଥିଲେ। ଦୁହେଁ ପରସ୍ପରଙ୍କୁ ଜାଣିବା ପରେ ବିବାହ କରିଥିଲେ। ଏହାପରେ ଅନୁପମ ଓ କିରଣଙ୍କ ଯୋଡ଼ି ବଲିଉଡ୍ର ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରେ ସାମିଲ ହୋଇଛି। ଅନୁପମ ଖେରଙ୍କ ଜୀବନର ଏହି କାହାଣୀ ଦର୍ଶାଏ ଯେ, ଜଣେ କଳାକାରଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ ଅନେକ ଉତ୍ଥାନ-ପତନ ରହିଥାଏ। ଆଜି ଅନୁପମ ଓ କିରଣଙ୍କ ସମ୍ପର୍କକୁ ବଲିଉଡ୍ର ଦୀର୍ଘସ୍ଥାୟୀ ଦାମ୍ପତ୍ୟ ସମ୍ପର୍କ ଭାବେ ଦେଖାଯାଏ।