ନୂଆଦିଲ୍ଲୀ, ୩୧/୦୮: ସୁଟରଙ୍କୁ ଏନକାଉଣ୍ଟର । ଉତ୍ତର ପ୍ରଦେଶର ଶ୍ୟାମଲିରେ ହରିୟାଣାର ସିଙ୍ଗର ଅଙ୍କିତ ବାଲିୟାନଙ୍କୁ ହତ୍ୟା ମାମଲାରେ ପୋଲିସର ଆକ୍ସନ । ଗୁଳି ମାଡ଼ କରିଥିବା ଦୁଇ ସୁଟର ପୋଲିସ ଗୁଳିରେ ପ୍ରାଣ ହରାଇଛନ୍ତି । ଏହି ମାମଲାରେ ଅନ୍ୟ ୪ ଜଣଙ୍କ ହାତ ଥିବା ପୋଲିସ ଜାଣିବାକୁ ପାଇଛି ।

ଗତ କିଛି ଦିନ ତଳେ ଅଙ୍କିତଙ୍କୁ ଗୁଳିମାଡ କରାଯାଇଥିଲା । ସେ ଜିମରୁ ବାହାରୁଥିବା ବେଳେ ଆଖିବୁଜା ଗୁଳିମାଡ ହୋଇଥିଲା । ଏଥିରେ ଅଙ୍କିତ ପ୍ରାଣ ହରାଇଥିଲେ । ଏହାପରେ ୟୁପି ପୋଲିସର ଏସଟିଏଫ ଲଗାତାର ସୁଟରଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢଉ କରୁଥିଲା । ଏବେ ମାମଲାରେ ବଡ ଆକ୍ସନ ନିଆଯାଇ ଦୁଇ ଜଣଙ୍କୁ ଏନକାଉଣ୍ଟର କରାଯାଇ ନିପାତ କରାଯାଇଛି । ସେମାନେ ହେଲେ ସୁମିତ ଏବଂ ମୋହିତ ।

Also Read :- ଆରମ୍ଭ ହୋଇଗଲା ଭୟଙ୍କର ଯୁଦ୍ଧ : ଆମେରିକା ସେନା ଉପରେ ଇରାନର ବଡ଼ ଆକ୍ରମଣ !

ପୋଲିସର କହିବାନୁସାରେ, ଅଙ୍କିତଙ୍କୁ ହତ୍ୟା କରିବା ପାଇଁ ୪ ଜଣ ସୁଟର୍ସ ପହଁଚିଥିଲେ । ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଏନକାଉଣ୍ଟର ହୋଇଛି । ଏମାନଙ୍କ ବ୍ୟତୀତ ଆଉ ଦୁଇ ଜଣ ଏଥିରେ ସାମିଲ ଥିବା ତଦନ୍ତରେ ଜଣାପଡିଛି । ଅର୍ଥାତ ମୋଟ୍ ୬ ଜଣ ହତ୍ୟାକାଣ୍ଡରେ ସଂପୃକ୍ତ ଅଛନ୍ତି ।

ସିସିଟିଭି ଫୁଟେଜରୁ ସୁରାକ

ଅଙ୍କିତଙ୍କ ହତ୍ୟା ପରେ ପୋଲିସ ଆଖପାଖରେ ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲା । ଏଥିରେ ୪ ଜଣ ସୁଟରଙ୍କ ପରିଚୟ ମିଳିଥିଲା । ଗୁଳିମାଡ କରିଥିବା ସୁଟର ହରିୟାଣା ହିସାରର ବୋଲି ପୋଲିସ ଜାଣିବାକୁ ପାଇଥିଲା । ଏମାନଙ୍କ ମଧ୍ୟରୁ ଜଣେ ପୂର୍ବରୁ ଜେଲ ଯାଇସାରିଛି । ଅନ୍ୟ ତିନି ଜଣ ଛୋଟମୋଟ ଅପରାଧରେ ସାମିଲ ରହିଥିଲେ ।

ଅଭିଯୁକ୍ତଙ୍କ ପରିଚୟ ଜଣାପଡିବା ପରେ ସେମାନଙ୍କ ଘର ଏବଂ ସମ୍ପର୍କୀୟଙ୍କ ଘରେ ରେଡ୍ ହୋଇଥିଲା । ପରିବାର ଏବଂ ନିକଟ ସମ୍ପର୍କୀଙ୍କୁ ଜେରା କରାଯାଇଥିଲା । ସୁଟରମାନେ ମୋବାଇଲ ଫୋନ୍ ବନ୍ଦ କରି ଫେରାର ହୋଇଯାଇଥିଲେ । ତଥାପି ଏସଟିଏଫ ସେମାନଙ୍କୁ ଧରିବାକୁ ପ୍ରୟାସ ଜାରି ରଖିଥିଲା । ତଦନ୍ତ ସମୟରେ ଅଙ୍କିତଙ୍କ କଲ୍ ହିଷ୍ଟ୍ରି ଏବଂ ହ୍ୱାଟସଆପ୍ ମେସେଜ୍ ଖୋଳତାଡ ହୋଇଥିଲା । ଏହି ତଥ୍ୟ ଆଧାରରେ ପୋଲିସ ଅପରାଧୀଙ୍କ ପାଖରେ ପହଁଚିପାରିଥିଲା ।