ଭୁବନେଶ୍ୱର ୧୯।୦୪ : ଡାକିଲେ ଆଉ ଅପମାନିତ କରିଲେ । ମୁଁ ହାରିଗଲି ଆଜ୍ଞା.. ମୋ ଜିଲ୍ଲା ମହୋତ୍ସବରେ ମୋତେ ଅପମାନିତ କରାଗଲା । ପୋଗ୍ରାମ ପାଇଁ ଡକାଇ ୩ ଘଣ୍ଟା ମଞ୍ଚ ତଳେ ବସାଇଲେ । ଷ୍ଟେଜ୍ ଉପରକୁ ଉଠିବାକୁ ଦିଆଗଲାନି । ଯେଉଁମାନେ ମୋତେ ନିମନ୍ତ୍ରଣ କରିଥିଲେ, ସେମାନେ ଧରାଛୁଆଁ ଦେଲେ ନାହିଁ । ମୋ ସହିତ ଯାଇଥିବା ଅନ୍ୟ ପିଲା ପଚାରିବାରୁ କାର୍ଯ୍ୟକ୍ରମ ସରିଗଲା ବୋଲି କହିଲେ ଆୟୋଜନ କରିଥିବା କର୍ତ୍ତୃପକ୍ଷ । ତେଣୁ ବାଧ୍ୟ ହୋଇ ଆମେ ସେଠାରୁ ଫେରିଆସିଲି । ଯଦି ମଞ୍ଚକୁ ଚଢ଼ାଇବାର ନଥିଲା ତେବେ ଅଯଥାରେ ନିମନ୍ତ୍ରଣ କରି ଅପମାନିତ କରିବା ଠିକ୍ କଥା ନୁହେଁ ବୋଲି କ୍ଷୋଭର ସହ କହିଛନ୍ତି ୟୁଟ୍ୟୁବର ଅନୁଗୁଳିଆ ବଣ୍ଟି ।

Also Read:-Iran Mocks Donald Trump Viral Audio: ଟ୍ରମ୍ପଙ୍କୁ 'ଇଡିଅଟ୍' କହି ଚେତାବନୀ ଦେଲା ତେହେରାନ, ଭାଇରାଲ ହେଲା ଅଡିଓ...

ଖବର ଅନୁଯାୟୀ, ଅନୁଗୁଳ ମହୋତ୍ସବ ପାଇଁ ଚର୍ଚ୍ଚିତ ଓଡ଼ିଆ ୟୁଟ୍ୟୁବର ଅନୁଗୁଳି ବଣ୍ଟି ଓରଫ ଫନି ଅନୁଗୁଳି କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଥିଲା । ୪ ଦିନ ଧରି ଚାଲିଥିବା ଉତ୍ସବରେ ଶନିବାର କମେଡି ପ୍ରଦର୍ଶନ ପାଇଁ ତାଙ୍କୁ କୁହାଯାଇଥିଲା । ସମ୍ମାନିତ କରାଯିବା ପାଇଁ ମଧ୍ୟ କୁହାଯାଇଥିଲା । ଶରୀର ଅସୁସ୍ଥ ଅର୍ଥାତ୍ ହାତ ଭାଙ୍ଗିଥିବା ଥିବା ସତ୍ତ୍ବେ ସେ ମହୋତ୍ସବରେ ପହଞ୍ଚିଥିଲେ । ଭାବିଥିଲେ ଅନୁଗୁଳବାସୀଙ୍କ ମୁହଁରେ ଟିକିଏ ହସ ଫୁଟାଇବେ ବୋଲି । ହେଲେ ମହୋତ୍ସହ କର୍ତ୍ତୃପକ୍ଷ ତାଙ୍କୁ ଅସମ୍ମାନିକ କରିଥିବା ସେ ଅଭିଯୋଗ କରିଛନ୍ତି । ୩ ଘଣ୍ଟା ବସାଇଲେ, ହେଲେ ତାଙ୍କୁ ମଞ୍ଚ ଉପରକୁ ଉଠିବାକୁ ଦିଆଗଲା ନାହିଁ । ସେ ପଚାରିବାକୁ ପ୍ରୋଗ୍ରାମ୍ ସରିଗଲା ବୋଲି କହିଥିଲେ ମହୋତ୍ସହ ଆୟୋଜନ କରିଥିବା କର୍ତ୍ତୃପକ୍ଷ । ଏହି ଘଟଣା ତାଙ୍କ ହୃହୟକୁ ଗଭୀର କ୍ଷତ ପହଞ୍ଚାଇଛି ବୋଲି ସୋସିଆଲ୍ ମିଡିଆରେ ପୋଷ୍ଟ କରି କହିଛନ୍ତି ଅନୁଗୁଳିଆ ବଣ୍ଟି । ସେ କହିଛନ୍ତି, ମୁଁ ଭାବି ନଥିଲି ଯେ ମୋ ନିଜ ମାଟିରେ ମୋତେ ଏପରି ଅପମାନିତ କରାଯିବ । କଳାକାର ଛୋଟ ହୁଅନ୍ତୁ କିମ୍ବା ବଡ଼ ତାଙ୍କୁ ଆପଣ ନିମନ୍ତ୍ରଣ କରିଛନ୍ତି ମାନେ ଉପଯୁକ୍ତ ସମ୍ମାନ ଦେବା ଜରୁରୀ ।

Watch Video:-

(Source- Funny Anugulia)