ଅନୁଗୋଳ: ହଜିଯାଇଥିବା ଫୋନ ଖୋଜି ବାହାର କରିବା ସହ ଏସବୁକୁ ସେମାନଙ୍କ ପ୍ରକୃତ ମାଲିକଙ୍କୁ ଫେରାଇଛି ଅନୁଗୋଳ ପୋଲିସ। ଶନିବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଲୋକଙ୍କୁ ସେମାନଙ୍କ ଫୋନ ଫେରସ୍ତ କରାଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇ ନିଜ ହାତରେ ଲୋକଙ୍କୁ ଫୋନ୍ ହସ୍ତାନ୍ତର କରିଛନ୍ତି।

ଏହା ସହ ଏହି ସବୁ ମୋବାଇଲକୁ ପ୍ରକୃତ ମାଲିକଙ୍କୁ ଫେରାଇବା ପାଇଁ ଅନୁଗୋଳ ପୋଲିସକୁ ଧନ୍ୟବାଦ ଜଣାଇବା ସହ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଏହି ଅବସରରେ କିଛି ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ କରିଛି ଅନୁଗୋଳ ପୋଲିସ।

ଅନୁଗୋଳ ପୋଲିସର ସୂଚନା ଅନୁସାରେ, ପ୍ରାୟ ୧୨୦ଟି ମୋବାଇଲକୁ ଖୋଜି ବାହାର କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୨୪ ଲକ୍ଷ ଟଙ୍କା ହେବ। ଏହା ସହ କିଛି ଚୋରି ବାଇକ ମଧ୍ୟ ଉଦ୍ଧାର କରାଯାଇଛି। ଏସବୁକୁ ସବୁ ସେମାନଙ୍କର ପ୍ରକୃତ ମାଲିକଙ୍କୁ ଫେରାଯାଇଛି। ସେହିଭଳି ଶନିବାର ପର୍ଯ୍ୟନ୍ତ ୪ଟି ମେଳା ମାଧ୍ୟମରେ ମୋଟ ୫୭୬ଟି ମୋବାଇଲ ଉଦ୍ଧାର କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧.୦୯ କୋଟି ଟଙ୍କା ହେବା ନେଇ ପୋଲିସ ପକ୍ଷରୁ କୁହାଯାଇଛି।