ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବଙ୍କ ଜଘନ୍ୟ କାଣ୍ଡ। ଘରୋଇ ବିବାଦକୁ ନେଇ ପତ୍ନୀ ଏବଂ ତିନି ସମ୍ପର୍କୀୟଙ୍କୁ ଗୁଳି କରି କଲେ ହତ୍ୟା । ଶୁକ୍ରବାର ଜର୍ଜିଆର ଲରେନ୍ସଭିଲେ ସ୍ଥିତ ଏକ ଘରେ ଘଟିଛି ଏହି ହତ୍ୟାକାଣ୍ଡ। ଜାଣି ଆଶ୍ଚର୍ଯ୍ୟ ହେବେ, ଏହି ହତ୍ୟାକାଣ୍ଡରେ ଭୟଭୀତ ହୋଇ ତିନି ଶିଶୁ ଆଲମିରାରେ ଲୁଚିଥିଲେ।

ଆଟଲାଣ୍ଟା ସ୍ଥିତ ଭାରତୀୟ ଦୂତାବାସ ଘଟଣା ବିଷୟରେ ସ୍ପଷ୍ଟ କରିଛି ଏବଂ ସନ୍ଦିଗ୍ଧ ହତ୍ୟାକାରୀକୁ ଗିରଫ କରାଯାଇଛି। ଏନେଇ ଭାରତର ବାଣିଜ୍ୟ ଦୂତାବାସ ଏକ୍ସରେ କହିଛି ଯେ, ‘‘ଏକ ପାରିବାରିକ ବିବାଦ ସହ ଜଡ଼ିତ ଏହି ଦୁଃଖଦ ଗୁଳିକାଣ୍ଡ ଘଟଣାରେ ଆମେ ଖୁବ୍ ଦୁଖୀ। ସୁଟରକୁ ଗିରଫ କରାଯାଇଛି। ପୀଡ଼ିତ ପରିବାରକୁ ଯଥାସମ୍ଭବ ସହାୟତା ପ୍ରଦନ କରାଯାଉଛି।’’

ଭାରତୀୟ ଗଣମାଧ୍ୟମ ଅନୁସାରେ, ସନ୍ଦିଗ୍ଧର ପରିଚୟ ଆଟଲାଣ୍ଟାର ୫୧ ବର୍ଷୀୟ ବିଜୟ କୁମାର ବୋଲି ଜଣାପଡ଼ିଛି। ଗିଭନେଟ କାଉଣ୍ଟି ପୋଲିସ କହିଛି ପୀଡ଼ିତଙ୍କ ମଧ୍ୟରେ କୁମାରଙ୍କ ପତ୍ନୀ ମୀମୂ ଡୋଗରା (୪୩), ଗୌରବ କୁମାର (୩୩),  ନିଧି ଚନ୍ଦର (୩୭) ଏବଂ ହରୀଶ ଚନ୍ଦର (୩୮) ସାମିଲ । ତେବେ କୁମାରଙ୍କ ଉପରେ ଆକ୍ରମଣ, ହତ୍ୟା ଏବଂ ପିଲାଙ୍କ ପ୍ରତି କ୍ରୁରତା ସହ ଅନେକ ଅପରାଧର ଅଭିଯୋଗ ଲାଗିଥିବାବେଳେ ପୋଲିସ ଘଟଣାରେ ଅଧିକ ତଦନ୍ତ କରୁଛି।