ବରଗଡ଼ ୧୦।୦୯ : ସ୍କ୍ରବଟାଇଫସରେ ଆକ୍ରାନ୍ତ ହୋଇ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ l ବରଗଡ ଅମ୍ବାପାଲିର ୬୮ ବର୍ଷୀୟ ଭାଗିରଥୀ ଭୋଇ ସ୍କ୍ରବଟାଇଫସରେ ଆକ୍ରାନ୍ତ ହୋଇଥିଲେ l

ଖବର ଅନୁଯାୟୀ, ଗତ କିଛି ଦିନ ହେଲା ଭାଗିରଥୀଙ୍କ ମୁଣ୍ଡ ବିନ୍ଧା, ଜ୍ୱର ଓ ଆଖି ଦରଜ ହେଉଥିଲା । ଏହାପରେ ତାଙ୍କୁ ପରିବାର ଲୋକେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ l ଏହାପରେ ତାଙ୍କ ରକ୍ତ ନମୁନା ପରୀକ୍ଷା ପରେ ସେ ସ୍କ୍ରବଟାଇଫସରେ ଆକ୍ରାନ୍ତ ଥିବା ଜଣାପଡିଥିଲା l ହେଲେ ବିଳମ୍ବରେ ଚିକିତ୍ସା ପାଇଁ ଆସିଥିବାରୁ ତାଙ୍କ ବିଭିନ୍ନ ଅଙ୍ଗ ଆକ୍ରାନ୍ତ ହୋଇଥିବା ଡାକ୍ତର କହିଥିବା ତାଙ୍କ ପୁଅ ସୂଚନା ଦେଇଛନ୍ତି l ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଛନ୍ତି ଆକ୍ରାନ୍ତ ।

Also Read:-ସବୁ ସାରିଦେଲା ସାରଙ୍କ ମଦ ନିଶା, କରିଥିଲେ ଭୁଲ୍ କାମ.. ଏବେ ପାଇଲେ କଠୋର ଦଣ୍ଡ

ସେପଟେ ଏହି ଘଟଣାକୁ ନେଇ ଆମେ ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସେ କ୍ୟାମେରା ଆଗରେ କୌଣସି ପ୍ରତିକ୍ରିୟା ଦେଇନଥିଲେ l ଏହାକୁ ନେଇ ଏକ ଟିମ୍ ତଦନ୍ତ କରୁଛି l ତଦନ୍ତ ପରେ ପୁରା ଘଟଣା ସାମ୍ନାକୁ ଆସିବ ବୋଲି କହିଥିଲେ l ଗତ କିଛି ଦିନ ହେଲା ଟେନ୍‌ସେନ୍‌ ଦେଇଛି ସ୍କ୍ରବଟାଇଫସ ।