ନୂଆଦିଲ୍ଲୀ: ଅର୍ଥ ଅଭାବ ଯୋଗୁ ପ୍ରାଣ ହାରିଦେଲେ। ସାଙ୍ଗରେ ଝିଅକୁ ବି ମାରିଦେଲେ। ଗୁଜରାଟର ଅମରେଲୀ ଜିଲ୍ଲାରୁ ଆସିଛି ଏଭଳି ଏକ ଜଘନ୍ୟ ଘଟଣା । ଆର୍ଥିକ ବୋଝକୁ ନେଇ ଚିନ୍ତାରେ ଥିବା ଜଣେ ୪୦ ବର୍ଷୀୟ ବ୍ୟକ୍ତି ନିଜ ୫ ବର୍ଷର ଝିଅକୁ ହତ୍ୟା କରି ଶବକୁ ଫ୍ରିଜରେ ରଖିବା ସହ ନିଜେ ଝୁଲିପଡ଼ିଛନ୍ତି। ଆହୁରି ମଧ୍ୟ ହୃଦୟବିଦାରକ କଥା ହେଉଛି, ଯେଉଁ ରୁମ୍ରେ ଏହି ଘଟଣା ଘଟିଥିଲା ସେହି ରୁମ ବେଲୁନ୍, ମହମବତୀ ଏବଂ ଚକୋଲେଟ ଦ୍ବାରା କୌଣସି ଜନ୍ମଦିନ ଭଳି ସଜାଯାଇଥିଲା।

ପୋଲିସର ସୂଚନା ଅନୁସାରେ, ମୃତ କିଶୋର ଧାନକ ଏକ କନଷ୍ଟ୍ରକସନ ସାଇଟରେ ସୁପରଭାଇଜର ଭାବରେ କାମ କରୁଥିଲେ। ତାଙ୍କ ପତ୍ନୀ ମଞ୍ଜୁବେନ ସେପ୍ଟେମ୍ବର ୧୪ରେ ବାପ ଘରକୁ ଯାଇଥିଲେ। ହେଲେ ବୁଧବାର ଠାରୁ ତାଙ୍କର କିଶୋରଙ୍କ ସହ ଯୋଗାଯୋଗ ବନ୍ଦ ହୋଇଯାଇଥିଲା। ଏମିତିରେ ମଞ୍ଜୁବେନ ନିଜ ଭାଇଙ୍କୁ ଅଶୋକଙ୍କ ପାଖକୁ ପଠାଇଥିଲେ। କିନ୍ତୁ ଅଶୋକ କବାଟ ନଖୋଲିବାରୁ କବାଟ ଭଙ୍ଗାଯାଇଥିଲା। ଆଉ ତା’ପରେ ଯାହା ଦେଖିବାକୁ ତା’କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିଶୋର ପଙ୍ଖାରେ ଝୁଲୁଥିଲେ। ଆଉ ପରେ ଫ୍ରିଜ ଖୋଲିବାରୁ ସେଥିରେ ଥିଲା ଝିଅର ଶବ । ଏ ଦୃଶ୍ୟ ଦେଖି ପୋଲିସ ମଧ୍ୟ ଚକିତ ହୋଇପଡ଼ିଥିଲା।

ରାଜୁଲା ଡିଏସପି ନୟନା ଗୋରଡିୟା ଏବଂ ଇନ୍ସପେକ୍ଟର ପି.ଏଲ. ଚୌଧୁରୀ ଘଟଣାକୁ ଅନେକ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ଦେଇଛନ୍ତି। ସେ କହିଛନ୍ତି କୋଠରୀକୁ ବେଲୁନ ଏବଂ ମହମବତୀରେ ସଜାଯାଇଥିଲା। ବେଡରେ ପୂଜା ପାଇଁ ମୂର୍ତ୍ତୀ ରଖାଯାଇଥିଲା। ଅନ୍ୟ କୋଠରୀ ଏବଂ ଫ୍ରିଜରେ ଚକୋଲେଟ ରଖାଯାଇଥିଲା। ପୋଲିସ ଅନୁସାରେ, ମୃତକ ନିଜ ୫ ବର୍ଷର ଝିଅକୁ ଧଳା ପୋଷାକ ପିନ୍ଧାଇଥିଲା । ମୁଣ୍ଡକୁ ଓଢଣୀରେ ଢାଙ୍କି ରଖିଥିଲା ଏବଂ ଓଠରେ ତୁଳସୀ ପତ୍ର ରଖିଥିଲା। ହେଲେ ସେଦିନ ଝିଅର ଜନ୍ମ ଦିନ ନଥିଲା। କିନ୍ତୁ ଫ୍ରିଜରେ ଏକ କାଗଜ ଲାଗିଥିଲା ଯେଉଁଥିରେ ଜନ୍ମଦିନ ଲେଖାଯାଇଥିଲା। ଝିଅକୁ କଷ୍ଟ ନହେବା ପାଇଁ ଫ୍ରିଜ୍‌ରେ ଗଦି ମଧ୍ୟ ରଖିଥିଲେ।

Also Read: ମହିଳା ସହକର୍ମୀଙ୍କୁ ଭେଟିବାକୁ ଯାଇ ଆଉ ଫେରିଲେନି ୩୧ ବର୍ଷୀୟ ଯୁବକ, ନାଳରୁ ମିଳିଲା ମୃତଦେହ

ପୋଲିସକୁ ଘଟଣାସ୍ଥଳରୁ ତିନିଟି ସୁସାଇଡ ନୋଟ ମିଳିଛି। ପ୍ରଥମ ନୋଟରେ କିଶୋର ଲେଖିଛନ୍ତି ଯେ, ସେ ପର୍ସନାଲ ଲୋନ ନେଇ କନଷ୍ଟ୍ରକସନ କାମରେ ଲଗାଇଥିଲେ। ସେ ନିଜ ବ୍ୟବସାୟ ପାଟନର୍ସଙ୍କ ଠାରୁ ୭.୨୫ ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ ଟଙ୍କା ଫେରାଇପାରୁନଥିଲେ। ଆଉ ତାଙ୍କ ପାଖରେ କୌଣସି ରାସ୍ତା ନାହିଁ ଏବଂ ଏଥିପାଇଁ ସେ ଆତ୍ମହତ୍ୟା କରୁଛନ୍ତି। ଦ୍ବିତୀୟ ନୋଟରେ ସେ ଲେଖିଥିଲେ ଯେ, ତାଙ୍କ ମୃତ୍ୟୁ ପରେ ଝିଅ ଅନାଥ ହୋଇଯିବ ଏବଂ କଷ୍ଟ ପାଇବ। ଏଥିରେ ସେ ଝିଅକୁ ନିଜ ସହ ନେଇଯାଉଛନ୍ତି। ତୃତୀୟ ଝିଅର ଶବକୁ ଫ୍ରିଜରେ ରଖୁଥିବାରୁ କ୍ଷମା ମାଗିଛନ୍ତି। ତେବେ ମୃତକଙ୍କ ପତ୍ନୀ ମଞ୍ଜୁବେନଙ୍କ ପକ୍ଷରୁ ହୋଇଥିବା ଏଫଆଇଆରରେ ଆର୍ଥିକ ଅନଟନ କଥା କୁହାଯାଇଥିବା ବେଳେ ପୋଲିସ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି।