ମୁମ୍ଵାଇ ୧୦।୧୦; ନାନା ପାଟେକରଙ୍କ ଦେହାନ୍ତ ଖବର ତାଙ୍କ ପ୍ରଶଂସକ ଏବଂ ଚଳଚ୍ଚିତ୍ର ଜଗତର ଅନେକ ଲୋକଙ୍କୁ, ଯେଉଁଥିରେ ମେଗାଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ସାମିଲ ଅଛନ୍ତି। ଯାହା ତାଙ୍କୁ ଗଭୀର ଆଘାତ ଦେଇଛି। ଗୁରୁବାର ସକାଳେ ଗୋଆସ୍ଥିତ ବାସଭବନରେ ହୃଦଘାତ ଯୋଗୁଁ ନାନା ପାଟେକରଙ୍କ ପରଲୋକ ଘଟିଥିଲା ।

​​​​​​​

ବିଗ୍ ବି’ଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି:

ତାଙ୍କ ଦେହାନ୍ତର ଖବର ଆସିବା ପରଠାରୁ ଅମିତାଭ ଭାଙ୍ଗିପଡିଛନ୍ତି । ୧୯୯୯ ମସିହାର ଆକ୍ସନ୍ ଫିଲ୍ମ 'କୋହରାମ୍'ରେ ଏହି ଦୁଇ ଦିଗ୍ଗଜ ଏକାଠି କାମ କରିଥିଲେ। ଖବର ପ୍ରକାଶ ପାଇବା ପରେ ବିଗ୍ ବି ତାଙ୍କର ଲୋକପ୍ରିୟ କୁଇଜ୍ ଶୋ’ 'କୌନ୍ ବନେଗା କରୋଡ଼ପତି'ର ସେଟ୍ରେ ନାନାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଅମିତାଭ ବଚ୍ଚନ ତାଙ୍କ ସ୍ମୃତିକୁ ସେୟାର କରି ୨୦୨୪ ମସିହାର ଫିଲ୍ମ 'ବନବାସ' ପ୍ରମୋସନ ସମୟର ଏକ କଥା ମନେ ପକାଇଛନ୍ତି। ନାନା ପାଟେକର କେବିସି ସେଟ୍ରେ ହସିହସି କହିଥିଲେ- "ଅମିତ ଜୀ, ଆପଣଙ୍କ ଆଗମନ ପରେ ଚଳଚ୍ଚିତ୍ର ନିର୍ମାଣ ଶୈଳୀ ସମ୍ପୂର୍ଣ୍ଣ ବଦଳିଗଲା। ଆପଣ ଏକାଧାରାରେ ହିରୋ, ହାସ୍ୟ ଅଭିନେତା ଏବଂ ନୃତ୍ୟଶିଳ୍ପୀ ଥିଲେ... ଏଥିପାଇଁ ଅନେକ ଲୋକ ନିଜର ରୋଜଗାର ମଧ୍ୟ ହରାଇଥିଲେ।

ଗୁରୁବାର ଦିନ 'କୌନ୍ ବନେଗା କୋରଡ଼ପତି' କାର୍ଯ୍ୟକ୍ରମରେ ନିଜର ସହ-କଳାକାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସମୟରେ, ଅମିତାଭ ବଚ୍ଚନ ନାନା ପାଟେକରଙ୍କୁ "ଜଣେ ଅସାଧାରଣ କଳାକାର, ବନ୍ଧୁ, ଶୁଭେଚ୍ଛୁ ଏବଂ ସମାଜସେବୀ" ବୋଲି ବର୍ଣ୍ଣନା କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ, "ତାଙ୍କର ସ୍ପଷ୍ଟବାଦିତା, ସରଳତା ଏବଂ କ୍ଷମତାସୀନଙ୍କ ସାମ୍ନାରେ ସତ କହିବାର ସାହସ ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରିଥାଏ। କିଛି ଲୋକ ହୁଏତ ଆମକୁ ଛାଡ଼ି ଚାଲିଯାଆନ୍ତି, କିନ୍ତୁ ସେମାନଙ୍କ ସ୍ୱର, ଭଲପଣ ଏବଂ ଶିକ୍ଷା ସର୍ବଦା ଆମ ସହିତ ରହିଥାଏ। ନାନା ସେହିପରି ଜଣେ ବ୍ୟକ୍ତି ଥିଲେ।" ଗୁରୁବାର ବିଳମ୍ବିତ ରାତିରେ ମହାରାଷ୍ଟ୍ରର ପୁଣେ ସ୍ଥିତ ଫାର୍ମହାଉସ୍ରେ ପୂର୍ଣ୍ଣ ରାଜ୍ୟ ମର୍ଯ୍ୟାଦା ସହ ନାନା ପାଟେକରଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି।