ୱାସିଂଟନ ୧୦।୩: ଆମେରିକା ମଙ୍ଗଳବାର ଇରାନ ବିରୋଧରେ ଏକ ନୂଆ ଚେତାବନୀ ଜାରି କରିଛି। ଡିଫେନ୍ସ ସେକ୍ରେଟାରୀ ପିଟ ହେଗସେଥ ଗଣମାଧ୍ୟମକୁ ସମ୍ବୋଧିତ କରି ଆମେରିକା ଇରାନ ଉପରେ ଏକ ବଡ଼ ଆକ୍ରମଣ କରିବାକୁ ଯାଉଥିବା କହିଛନ୍ତି। ରିପୋର୍ଟ ଅନୁସାରେ ହେଗସେଥ କହିଛନ୍ତି ଯେ ଏହା ଇରାନ ବିରୋଧରେ ଆମର ସବୁଠୁ ବଡ଼ ଆକ୍ରମଣ ହେବ, ଯେଉଁଥିରେ ଅଧିକ ଯୁଦ୍ଧବିମାନଙ୍କୁ ସାମିଲ କରାଯିବ। ସେ କହିଛନ୍ତି ଯେ ଗୁଇନ୍ଦା ସୂଚନା ପୂର୍ବାପେକ୍ଷା ଏବେ ଅଧିକ ସଠିକ ମିଳୁଛି। ଏବେ ଇରାନର ମିଜାଇଲ ଆକ୍ରମଣ ହ୍ରାସ ହୋଇଛି, ଯାହା ଆମେରିକା ସେନାର ସଫଳତାକୁ ଦର୍ଶାଉଛି।

ଆମେରିକାର ରଣନୀତି
ହେଗସେଥ ପ୍ରେସ୍ ବ୍ରିଫିଙ୍ଗରେ କହିଛନ୍ତି ଯେ ବୈଷୟିକ କୌଶଳ ଓ ସୈନ୍ୟ ଶକ୍ତିର ପ୍ରଦର୍ଶନ ଶତ୍ରୁକୁ ଦମନ କରିବାରେ ସହଯୋଗୀ ହୋଇଛି। ସେ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ଶତ୍ରୁକୁ ସମ୍ପୂର୍ଣ୍ଣ ପରାଜିତ କରା ନଯାଇଛି ସେ ପର୍ଯ୍ୟନ୍ତ ଆମେରିକୀୟ ସୈନ୍ୟ ପଛକୁ ହଟିବେନି। ସେ କହିଛନ୍ତି ଯେ ଏହି ଯୁଦ୍ଧରେ ଇରାନ ଏବେ ପଛକୁ ହଟୁଛି। ଏଣୁ ଇରାନୀ ଅଧିକାରୀ ହତାସ ହୋଇପଡିଛନ୍ତି। ଇରାନ ଏବେ ନାଗରିକଙ୍କୁ ଟାର୍ଗେଟ କରିବା ପାଇଁ ସ୍କୁଲ ଓ ହସ୍ପିଟାଲ ଉପରେ ଆକ୍ରମଣ କରୁଛି। ଜାଣିଶୁଣି ଇରାନ ଏହି ସବୁ ସ୍ଥାନ ଉପରେ ମିଜାଇଲ ମାଡ଼ କରୁଛି। କାରଣ ତା ସେନାକୁ ବ୍ୟବସ୍ଥିତ ରୂପେ ଦୁର୍ବଳ କରାଯାଉଛି।

ଇରାନର ଏବେକା ସ୍ଥିତି
ଯଦିଓ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣରେ ଇରାନ ହତାସ ହୋଇପଡିଛି ସେ ଯୁଦ୍ଧରେ ଆଗକୁ ବଢି ପାରୁନଥିବାର ହେଗସେଥ କହିଛନ୍ତି। ସେ କହିଛନ୍ତି ଯେ ଯୁଦ୍ଧରେ ଇରାନର ଶୋଚନୀୟ ପରାଜୟ ହେଉଛି। ଗଣମାଧ୍ୟମ ସହ ଆଲୋଚନାରେ ହେଗସେଥ କହିଛନ୍ତି ଯେ ଆମେରିକା ନିଜ ଲକ୍ଷ୍ୟ ହାସଲ ପାଇଁ ସଂକଳ୍ପବଦ୍ଧ। ଏଥିରେ ଇରାନ ନୌସେନା, ନ୍ୟୁକ୍ଲିୟର ଫାସେଲିଟି, ମିଜାଇ ଭଣ୍ଡାର ଓ ଲଞ୍ଚରକୁ ଟାର୍ଗେଟ କରାଯାଉଛି। ସେ କହିଛନ୍ତି ଯେ ଇରାନକୁ ସ୍ଥାୟୀ ରୂପେ ପରମାଣୁ ଅସ୍ତ୍ର ପ୍ରାପ୍ତ କରିବାକୁ ଦିଆଯିବନି। ଏଥି ପାଇଁ ଆମେରିକା ସଂକଳ୍ପବଦ୍ଧ।

Also Read..

Iran War: ବିଶ୍ବବ୍ୟାପୀ ଶକ୍ତି ସଂକଟ ସୃଷ୍ଟି କରିଛି ଇରାନ୍, ଯୁଦ୍ଧ ଲଢ଼ିପାରିବ ତ ଟ୍ରମ୍ପଙ୍କ ଆମେରିକା ?