ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ଇରାନ୍କୁ ସହାୟତା ପଠାଇଲା ଭାରତ । ତେହେରାନରେ ମେଡିକାଲ ଉପକରଣ ପହଞ୍ଚିଥିବା ନେଇ ଭାରତୀୟ ଦୂତାବାସ ସ୍ପଷ୍ଟ କରିଛି । ସେପଟେ ଭାରତରେ ଥିବା ଇରାନ୍ ଦୂତାବାସ ଭାରତର ଏହି ପଦକ୍ଷେପକୁ ପ୍ରଶଂସା କରିଛି । ଭାରତୀୟଙ୍କୁ ସାଧୁବାଦ ଜଣାଇଛି ଇରାନ୍ । ନୂଆଦିଲ୍ଲୀ ପଠାଇଥିବା ମେଡିକାଲ ସହାୟତା ଦେଶର ରେଡ୍ କ୍ରେସେଣ୍ଟ ସୋସାଇଟ୍ ଗ୍ରହଣ କରିଥିବା ନେଇ ଇରାନ ଦୂତାବାସ ସ୍ପଷ୍ଟ କରିଛି । ଭାରତର ଲୋକମାନେ ଦୟାଳୁ ବୋଲି ଟ୍ବିଟ୍ କରି କହିଛି ଇରାନ ଦୂତାବାସ ।

Also Read: ଇରାନ-ଆମେରିକା ଯୁଦ୍ଧରେ ୟୁକ୍ରେନର ଏଣ୍ଟ୍ରି ! ମଧ୍ୟପ୍ରାଚ୍ୟକୁ ପଠାଇଲା ୨୦୦ ଡ୍ରୋନ୍ ଏକ୍ସପର୍ଟ୍

ସହାୟତା କଲା ଭାରତ

​​​​​​​

ଭାରତ ପୂର୍ବରୁ ଏଭଳି ଅନେକ ଦେଶକୁ ସହାୟତା ପଠାଇ ଉଦାହରଣ ସୃଷ୍ଟି କରିଛି। ଫେବୃଆରୀ ୨୮ରେ ଆମେରିକା-ଇସ୍ରାଏଲ ପକ୍ଷରୁ ଇରାନ୍ ଉପରେ ଆକ୍ରମଣ ହେବା ପରେ ପ୍ରଥମ ଥର ଭାରତ ତେହେରାନ୍କୁ ସହାୟତା ପଠାଇଛି । ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଇରାନ ସ୍ଥିତି ସଙ୍ଗୀନ ହୋଇପଡ଼ିଛି । ଯୁଦ୍ଧରେ ଇରାନ୍ର ୧୩୦୦ ଲୋକଙ୍କ ଜୀବନ ଯାଇଥିବା ବେଳେ ୭୦୦୦ରୁ ଅଧିକ ଆହତ ହୋଇଛନ୍ତି ବୋଲି ଜାତିସଂଘରେ ଇରାନର ରାଷ୍ଟ୍ରଦୂତ ଅଲି ବାହରିନ୍ କହିଛନ୍ତି । ସେହିଭଳି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟ କରିଛି ଯେ, ଇରାନରେ ୧୮ଟି ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ଆକ୍ରମଣ ହୋଇଛି ଏବଂ ୮ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି ।

Also Read: ଝିଅ ଘରେ ଥିଲେ ଲାରିଜାନୀ, ହଠାତ ମାଡ଼ ହେଲା ମିସାଇଲ...ଏମିତି ଥିଲା ମୃତ୍ୟୁ ସମୟର ଦୃଶ୍ୟ

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ, ଏବେ ବି ଇରାନ୍ରେ ସ୍ବାସ୍ଥ୍ୟ ଭିତ୍ତିଭୂମି କାର୍ଯ୍ୟକ୍ଷମ ଅଛି । ବର୍ତ୍ତମାନ ପରିସ୍ଥିତିରେ, ଆହତଙ୍କ ଚିକିତ୍ସା ସେଠାରେ ହୋଇପାରୁଛି । ଏପରିକି ଇରାନକୁ ଜରୁରୀ ଚିକିତ୍ସା ସହାୟତା ଯୋଗାଇ ଦିଆଯିବ ବୋଲି WHO ପକ୍ଷରୁ କୁହାଯାଇଛି । ଇରାନ୍ରେ ତୈଳ ଡିପୋରେ ଆକ୍ରମଣ ପରେ ‘କଳା ବର୍ଷା’ ହୋଇଥିଲା । ଏହା ପରେ, ଲୋକଙ୍କ ମଧ୍ୟରେ ଶ୍ବସନ ସମ୍ବନ୍ଧୀୟ ସମସ୍ୟା ବୃଦ୍ଧି ପାଇଥିବା ଜଣାପଡ଼ିଛି ।

ଟଙ୍କା ପଠାଉଛନ୍ତି ଭାରତୀୟ

ଇରାନରେ ପ୍ରଭାବିତ ଲୋକଙ୍କୁ ସହାୟତା କରିବାକୁ ଭାରତୀୟ ଟଙ୍କା ପଠାଉଛନ୍ତି । ଭାରତୀୟଙ୍କ ପାଖରୁ ଅନୁରୋଧ ପାଇବା ପରେ ଇରାନ୍ ଦୂତାବାସ ଏକ ଆକାଉଣ୍ଟ ନମ୍ବର ଜାରି କରିଥିଲା । କିନ୍ତୁ ଏବେ ଯାନ୍ତ୍ରିକ ତ୍ରୁଟି ଦେଖା ଦଇେଛି ବୋଲି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଇରାନ ଦୂତାବାସ ସମସ୍ତ ଭାରତୀୟଙ୍କୁ ଧନ୍ୟବାଦ ଜଣାଇଛି । ଦୂତାବାସ କହିଛି ଯେ, ଏହି ସମସ୍ୟାର ସମାଧାନ ଖୁବଶୀଘ୍ର ହେବ। GPay କାମ କରୁନଥିବାରୁ ଏହାକୁ ବ୍ୟବହାର କରି ପେମେଣ୍ଟ ନକରିବାକୁ ଦୂତାବାସ ଲୋକଙ୍କୁ ଅନୁରୋଧ କରିଛି। ଦୂତାବାସ ଏହା ମଧ୍ୟ କହିଛି ଯେ, ଆଗ୍ରହୀ ବ୍ୟକ୍ତିମାନେ ଦୂତାବାସକୁ ଆସି ନଗଦ ଟଙ୍କା ଜମା କରିପାରିବେ।