ନୂଆଦିଲ୍ଲୀ, ୦୭/୧୦: ଭାରତୀୟ ପାଇଲଟ୍ କ୍ୟାପଟେନ ସ୍ମିତ ମଚ୍ଛାରଙ୍କୁ ଆମେରିକା ସମ୍ମାନିତ କରିବ। ଏଥିପାଇଁ ଆମେରିକୀୟ ସଂସଦର ନିମ୍ନ ସଦନ ପ୍ରତିନିଧି ସଭାରେ ଏକ ପ୍ରସ୍ତାବ ପାରିତ ହୋଇଛି। ଉଭୟ ଶାସକ ଏବଂ ବିରୋଧୀ ଦଳ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ।

ଗତ ସେପ୍ଟେମ୍ବର ୩୦ରେ ଫ୍ଲାଏଦୁବାଇ ବିମାନକୁ ଦୁର୍ଘଟଣାଗ୍ରସ୍ତ କରାଇବାକୁ ହୋଇଥିବା ଉଦ୍ୟମକୁ କ୍ୟାପଟେନ ସ୍ମିତ୍ ବିଫଳ କରାଇଥିଲେ। ଏଥିସହିତ ସହ-ପାଇଲଟଙ୍କୁ ରୋକିବା ବେଳେ ତାଙ୍କ ଆକ୍ରମଣର ଶିକାର ହୋଇଥିଲେ। ଆମେରିକା ସଂସଦରେ ଏହି ଘଟଣାକୁ ଆତଙ୍କବାଦୀ ଆକ୍ରମଣ ଅଭିହିତ କରାଯାଇଛି। ଘଟଣାବେଳେ ସ୍ମିତ୍ ଙ୍କ ସାହସକୁ ଆମେରିକୀୟ ପ୍ରତିନିଧିମାନେ ପ୍ରଶଂସା କରିଛନ୍ତି। ଏଥିସହ ଆକ୍ରମଣକାରୀ ଓମାନୀ କୋ- ପାଇଲଟ ହମାମ ଅଲ୍-ହମାମିଙ୍କୁ ଧରିବାରେ ସାହାଯ୍ୟ କରିଥିବା ଅନ୍ୟ ଯାତ୍ରୀଙ୍କୁ ମଧ୍ୟ ପ୍ରସ୍ତାବରେ ପ୍ରଶଂସା କରାଯାଇଛି।

Also Read :- ଦଶହରାରେ ଆସୁଛି ବାତ୍ୟା ! ଓଡ଼ିଶାରେ କରିପାରେ ଲ୍ୟାଣ୍ଡଫଲ୍ : ୟୁରୋପୀୟ ସଂସ୍ଥାର ଭୟଙ୍କର ଅନୁମାନ

ପ୍ରକାଶଥାଉ କି,ସେପ୍ଟେମ୍ବର ୩୦ରେ ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଏ ଦୁବାଇର ଏହି ବିମାନ ଉଡ଼ାଣ ବେଳେ କ୍ୟାପଟେନ୍ ସ୍ନିତ୍ଙ୍କୁ କକ୍ପିଟ୍ରେ ସହ-ପାଇଲଟ ଜଣକ କୁରାଢ଼ିରେ ଆକ୍ରମଣ କରିଥିଲେ। ଏଥିରେ ସ୍ମିତ୍ ଗୁରୁତର ଆହତ ହୋଇଥିଲେ । ଏହା ସତ୍ତ୍ୱେ ସେ ଉପସ୍ଥିତ ବୁଦ୍ଧି ଲଗାଇ ବିମାନକୁ ନିୟନ୍ତ୍ରଣ କରିବା ସହ କକପିଟ୍ କବାଟ ଖୋଲି ଦେଇଥିଲେ। ଫଳରେ ବିମାନରେ ଥିବା ଯାତ୍ରୀ ଏବଂ ଅନ୍ୟ କ୍ରୁ ସଦସ୍ୟ ଆକ୍ରମଣକାରୀ କୋ-ପାଇଲଟଙ୍କୁ କାବୁ କରିଥିଲେ। ପରେ ବିମାନକୁ ଦୁବାଇରେ ଜରୁରିକାଳୀନ ଅବତରଣ କରାଯାଇଥିଲା।