ନୂଆଦିଲ୍ଲୀ: ଭାରତରେ ୪ ବର୍ଷ ମଧ୍ୟରେ ଆହୁରି ୪୮ ବିଲିୟନ୍ ଡଲାର ନିବେଶ କରିବାକୁ ଯାଉଛି ଆମାଜନ୍ । ଆମେରିକାର ଇ-କମର୍ସ ଜାଏଣ୍ଟ ଆମାଜନର ସିଇଓ ଆଣ୍ଡି ଜେସି ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଏହି ସୂଚନା ଦେଇଛନ୍ତି । ଏହା ବ୍ୟତୀତ କମ୍ପାନୀ ଏଆଇ କ୍ଷେତ୍ରରେ ଅତିରିକ୍ତ ୧୩ ବିଲିୟନ୍ ଡଲାର ନିବେଶ କରିବ ବୋଲି ମଧ୍ୟ ଘୋଷଣା କରିଛି । ୨୦୨୬ରୁ ୨୦୩୦ ମଧ୍ୟରେ କମ୍ପାନୀ ଏହି ନିବେଶ କରିବାକୁ ଯୋଜନା କରିଛି । ଏହା ସହ ଭାରତରେ ଏଆଇ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଆମାଜନ ସବୁଠାରୁ ବଡ଼ କମ୍ପାନୀ ହେବାକୁ ଯାଉଛି । ମୋଟ ୨୧ ବିଲିୟନ୍ ଡଲାର ନିବେଶ କରିବ ଆମାଜନ ।

ଏହି ନିବେଶ ମୁମ୍ବାଇ ଏବଂ ହାଇଦ୍ରାବାଦରେ AWS ଡାଟା ସେଣ୍ଟର କ୍ଷମତାକୁ ବିସ୍ତାର କରିବ, ଯାହା ଷ୍ଟାର୍ଟଅପ୍, ଉଦ୍ୟୋଗ ଏବଂ ସରକାରୀ ସଂଗଠନଗୁଡ଼ିକୁ କଷ୍ଟମ୍ AI ଚିପ୍ସ, ପରିଚାଳିତ AI ସେବା, ସୁରକ୍ଷିତ ଏବଂ ନିର୍ଭରଯୋଗ୍ୟ କ୍ଲାଉଡ୍ ପ୍ରଯୁକ୍ତିବିଦ୍ୟା ଏବଂ ଡେଭଲପର ଉପକରଣଗୁଡ଼ିକୁ ଦ୍ରୁତ ନବସୃଜନ, ଏବଂ ବିଶ୍ୱବ୍ୟାପୀ ଗ୍ରାହକମାନଙ୍କୁ ସେବା ପ୍ରଦାନ କରିବ। ତେବେ ୨୦୧୦ରୁ ୨୦୩୦ ମଧ୍ୟରେ ଭାରତରେ ଆମାଜନର ନିବେଶ ମୂଲ୍ୟ ୮୮ ବିଲିୟନ ଡଲାର ହେବ ।

ଆମାଜନ ସିଇଓ ଜେସି କହିଛନ୍ତି, ଆମେ ଦଶ ବର୍ଷ ପୂର୍ବରୁ ଭାରତ ଆସିଥିଲୁ ଏବଂ ସେବେଠାରୁ ଆମର ବିଭିନ୍ନ ବ୍ୟବସାୟ ମାଧ୍ୟମରେ ଗ୍ରାହକ, ବିକ୍ରେତା, ଡେଭଲପର, ଷ୍ଟାର୍ଟ-ଅପ୍ ଏବଂ ଉଦ୍ୟୋଗଗୁଡ଼ିକୁ ସେବା ଯୋଗାଇ ଆସୁଛୁ। ପ୍ରତିକ୍ରିୟା ବହୁତ ଭଲରହିଛି, ବିଶେଷକରି ଆମର ଇ-କମର୍ସ, ଏଆଇ ଏବଂ କ୍ଲାଉଡ୍ ବ୍ୟବସାୟଗୁଡ଼ିକରେ ଦୃଢ଼ ଅଭିବୃଦ୍ଧି ଘଟିଛି ।

ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଆମେ ଭାରତରେ ଆମର ବ୍ୟବସାୟର ପ୍ରବଳ ଚାହିଦା ପୂରଣ କରିବାକୁ ଏବଂ ଦେଶକୁ ଏହି ପ୍ରାଥମିକତା ହାସଲ କରିବାରେ ସାହାଯ୍ୟ କରିବା ପାଇଁ ୪୮ ବିଲିୟନ ଡଲାରରୁ ଅଧିକ ନିବେଶ କରିବୁ । ଆମେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକାଶ ଏବଂ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣ ଦ୍ୱାରା ଅନୁପ୍ରାଣିତ, ଏବଂ ଆମେ ଭାରତର ଅଭିବୃଦ୍ଧି କାହାଣୀରେ ଏକ ଦୀର୍ଘକାଳୀନ ଅଂଶୀଦାର ହେବାକୁ ପ୍ରତିବଦ୍ଧ ।

ସେପଟେ ଜେସି ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ସଫଳ ନେତୃତ୍ବକୁ ପ୍ରଶଂସା କରିଛନ୍ତି । ଏହା ସହ ବିକାଶଶୀଳ ଭାରତୀୟ ବଜାରର କେତେ ଚାହିଦା ରହିଛି ସେନେଇ କହିଛନ୍ତି ଆମାଜନ ସିଇଓ । ଭାରତରେ ବ୍ୟବସାୟ ଆରମ୍ଭ କରିବା ପରଠାରୁ ୧୨ ମିଲିୟନ୍ ଛୋଟ ବବ୍ୟସାୟକୁ ଡିଜିଟାଲାଇଜ୍ କରିଛି ଏବଂ ୧୦ ମିଲିୟନରୁ ଅଧିକ ଭାରତୀୟଙ୍କୁ କ୍ଲାଉଡ ଦକ୍ଷତା ଉପରେ ତାଲିମ ଦେଇଛି ।