Ama Bus: ରାଜଧାନୀ ଭୁବନେଶ୍ଵରରେ ପୁଣି ଥରେ ଦୁର୍ଘଟଣା ଘଟାଇଲା ଆମ ବସ୍।ଆଉ ଆମ୍ ବସ୍ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ସତସଙ୍ଗ ବିହାର ନିକଟ ହାଇଓ୍ଵେରେ ରବିବାର ସନ୍ଧ୍ୟା ପ୍ରାୟ ୪ଟା ୩୦ରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ହାଇଓ୍ଵେରେ ଟ୍ରାଫିକ ଜାମ୍ ଲାଗି ରହିଛି। ସେପଟେ କଟକ କଲେଜ ଛକଠାରେ କାର ଏବେଂ ଆମ ବସ୍ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାସ୍ଥଳରୁ ଆମ ବସ୍ ଡ୍ରାଇଭରଙ୍କୁ ଅଟକ ରଖିଛି ପୋଲିସ।

ସୂଚନାଯୋଗ୍ୟ, ଦ୍ଵୈତନଗରୀ କଟକ-ଭୁବନେଶ୍ଵରରେ ଆମ ବସ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଥମିବାର ନାଁ ନେଉନି। ଆମ ବସ୍ ଦୁର୍ଘଟଣା ଘଟାଇବା ନିତି ଦିନିଆ ଘଟଣାରେ ପରିଣତ ହେଲାଣି। ଆମ୍ ବସ୍ କେତେବେଳେ ଓଟୋକୁ ଧକ୍କା ଦେଉଛି ତ ଆଉ କେତେବେଳେ ବାଇକକୁ। ଆଉ କେତେ ବେଳେ ପଥଚାରୀଙ୍କୁ ଘୋଷାଡ଼ି ନେଇ ଯାଉଛି। ଏମିତି ଅନେକ ଘଟଣା ରହିଛି। ଏତେ ପରେ ବି ଆମ ବସ୍ ଡ୍ରାଇଭର ଚେତୁ ନାହାନ୍ତି। କାରଣ ଏ ପର୍ଯ୍ୟନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି।

Also Read: ଫିଲ୍ମ ଷ୍ଟାଇଲରେ କିଡନାପ, ଗୋଡାଇ ଗୋଡାଇ ଧରିଲା ପୋଲିସ