ପଟ୍ଟାମୁଣ୍ଡାଇ: ଦୁର୍ବୁତ୍ତଙ୍କ ଉନ୍ମତ୍ତ କାଣ୍ଡ। ମାଛ ପୋଖରୀରେ ପକାଇଦେଲେ ବିଷ। ଫଳରେ ଏଥିରେ ପୋଖରୀରେ ଥିବା କ୍ବିଣ୍ଟାଲ କ୍ବିଣ୍ଟାଲ ମାଛ ମରି ଭାସୁଛନ୍ତି। ଆଉ ସେପଟେ ଏହି ମାଛ ମଡ଼କ ଦେଖି ଚିନ୍ତାରେ ମାଛ ଚାଷୀ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ପଟ୍ଟାମୁଣ୍ଡାଇ ବ୍ଲକ୍ ବନ୍ତପାଟଣା ଗ୍ରାମରେ।

ସୂଚନା ଅନୁସାରେ, ଗ୍ରାମର ସୋମନାଥ ଷଡ଼ଙ୍ଗୀଙ୍କ ଠାରୁ ଲିଜ ଆକାରରେ ନେଇ ମାଛ ଚାଷ କରିଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ଗୋଗୁଆ ପଳସିଂହା ଗ୍ରାମର ଦାମୋଦର ବିଶ୍ବାଳ। ସେଠାରେ ପରିବା ଚାଷ କରିବା ସହିତ ମାଛ ଚାଷ କରିଥିଲେ। ହେଲେ ଗତକାଲି କେହି ଦୁର୍ବୃତ୍ତ ମାଛ ପୋଖରୀରେ ବିଷ ପକାଇବାରୁ କ୍ବିଣ୍ଟାଲ କ୍ବିଣ୍ଟାଲ ମାଛ ମରିଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା ଦେଖିବାକୁ ମିଳିଛି।

Also Read: ୩ ଫୁଟ ତଳକୁ ଧସିଲା ୩୦ ଫୁଟର କଂକ୍ରିଟ୍ ରାସ୍ତା, ଓ୍ବାଟ୍କୋର ଅବହେଳା ଅଭିଯୋଗ

ତେବେ ଅଭିଯୋଗ ପରେ ମାଛ ଓ ପାଣିକୁ ଲ୍ୟାବ ପଠାଯାଇଥିବା ବେଳେ, ରିପୋର୍ଟ ଆସିଲେ ନ୍ୟାୟ ପାଇଁ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ମାଛ ଚାଷୀ ଦାମୋଦର ବିଶ୍ୱାଳ। ଅନ୍ୟପଟେ କିଏ ଓ କାହିଁକି ଏଭଳି ଘଟଣା ଘଟାଇଲା ? ସେଥିପାଇଁ ରିପୋର୍ଟ ଆସିଲା ପରେ ଥାନାରେ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି ପୋଖରୀ ମାଲିକ ସୋମନାଥ ଷଡ଼ଙ୍ଗୀ।