ଉଦଳା: ପାରିବାରିକ ବିବାଦକୁ ନେଇ ଭିଣୋଇକୁ ହାଣିଲା ଶାଳକ। ଏଭଳି ଘଟଣା ଘଟିଛି ଉଦଳା ଥାନା ଦିଘିନୂଆସାହି ଗ୍ରାମରେ । ଗ୍ରାମର ରାମ ସିଂ ଏବଂ ତାଙ୍କ ଭିଣୋଇ କାହ୍ନୁ ଚରଣ ସିଂ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ହେଲେ ବଚସା ଏତେ ତୀବ୍ର ରୂପ ନେଇଥିଲା ଯେ, ଏକ ଧାରୁଆ ଅସ୍ତ୍ରରେ ଭିଣୋଇର ମୁଣ୍ଡ ଏବଂ ବେକକୁ ଆକ୍ରମଣ କରିଥିଲା ରାମ ସିଂ।

ତେବେ ଘଟଣାସ୍ଥଳରେ କାହ୍ନୁଚରଣ ଗୁରୁତର ହୋଇ ପଡ଼ିଥିବା ବେଳେ, ପରିବାର ଲୋକେ ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବାରିପଦା ସ୍ଥାନାନ୍ତର କରାଯାଇଛି। ଭିଣୋଇ କାହ୍ନୁ ଦୀର୍ଘ ଦିନ ହେବ ତାଙ୍କ ଶ୍ୱଶୁର ଘରେ ରହୁଥିବା ବେଳେ ଅନେକ ସମୟରେ ରାମ ସିଂ ଓ ଭିଣୋଇଙ୍କ ମଧ୍ୟରେ ଝଗଡ଼ା ହେଉଥିଲା ବୋଲି ଜଣାପଡ଼ିଛି।

You Can Also Read: ରାୟଗଡ଼ାରେ ଚାଞ୍ଚଲ୍ୟ: ଜଣଙ୍କ ପରେ ଜଣେ ପାଇଖାନା ଟାଙ୍କି ଭିତରକୁ ଓହ୍ଲାଇଲେ, ଚାଲିଗଲା ୩ ଜୀବନ