ଭୁବନେଶ୍ବର: ପ୍ରେମ ବିଚ୍ଛେଦରୁ ଯୁବକଙ୍କ ଜଘନ୍ୟକାଣ୍ଡ। ବିଚ୍ଛେଦ ପରେ ବଳପୂର୍ବକ ପ୍ରେମ ନିବେଦନ କରିବା ସହ ଯୁବତୀଙ୍କ ଅଫିସ ଭିତରେ ପଶି ମାଡ଼ ମାରିଥିବା ଅଭିଯୋଗ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ବର ମଞ୍ଚେଶ୍ବର ଥାନା ଅଞ୍ଚଳରେ।

ତେବେ ଅଭିଯୋଗ ଆଧାରରେ ପୋଲିସ ମଞ୍ଚେଶ୍ବର ଥାନା ପୋଲିସ ଅଭିଯୁକ୍ତ ବିରେନ୍ଦ୍ର ରାଉତକୁ ଗିରଫ କରିଛି। ସୂଚନା ଅନୁସାରେ, ବିରେନ୍ଦ୍ର ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କରେ ଥିଲା। ହେଲେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଓ ପରେ ବିଚ୍ଛେଦ ହୋଇଥିଲା। ହେଲେ ଏହାକୁ ସହଜରେ ଗ୍ରହଣ କରିପାରିନଥିଲା ନଥିଲା ଅଭିଯୁକ୍ତ। 

Also Read: ବିଫଳ ପ୍ରେମିକର ଉନ୍ମତ୍ତକାଣ୍ଡ, ଅଫିସରେ ପଶି ଯୁବତୀଙ୍କୁ ପିଟିଲା ଯୁବକ

ଏମିତିରେ ଶୁକ୍ରବାର ଯୁବତୀଙ୍କ ପିଛା କରି ତାଙ୍କ ଅଫିସରେ ପଶି ପୁଣି ପ୍ରେମ ନିବେଦନ କରିଥିଲେ ହେଲେ ଏହା ସତ୍ତ୍ବେ ଯୁବତୀ ରାଜି ନହେବାରୁ ଉତକ୍ଷିପ୍ତ ହୋଇ ପିଟିଥିଲା ଅଭିଯୁକ୍ତ। ଏମିତିକି ଯୁବତୀଙ୍କୁ ତଳେ ଘୋଷାଡ଼ି ମାଡ଼ ମାରିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ତେବେ ଅଭିଯୋଗ ଆଧାରରେ ମଞ୍ଚେଶ୍ବର ଥାନା ପୋଲିସ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।