ଭୁବନେଶ୍ୱର ୨୬।୦୪ : ପୁଲ୍ ପାର୍ଟି ନାଁରେ ରାଜଧାନୀରେ ସାରା ରାତି ଚାଲିଲା ରେଭ୍ ପାର୍ଟି । ଖବର ପାଇ ଚଢ଼ାଉ କଲା କମିଶନରେଟ ପୋଲିସ । ଚନ୍ଦକା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

Also Read:-ମେଡିକାଲରେ ବାରଣ୍ଡାରେ କାନ୍ଦୁଛି ମାଆ, ଭୁଲ୍ ଇଞ୍ଜେକସନ୍ ନେଇଗଲା ପୁଅର ଜୀବନ

ଖବର ଅନୁଯାୟୀ, ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ରେଭ୍ ପାର୍ଟି। ଏଥିରେ ସାମିଲ ହୋଇଥିଲେ ଶତାଧିକ ଯୁବକ ଏବଂ ଯୁବତୀ। ଜମିଥିଲା ନିଶାର ଆସର। ସେପଟେ ଘଟଣା ସଂପର୍କରେ ଖବର ପାଇଥିଲା ମେଣ୍ଢାଶାଳ ଓ ଚନ୍ଦକା ଥାନା ପୋଲିସ । ଏହାପରେ ତୁରନ୍ତ ଆକ୍ସନ ନେଇ ଘଟଣାସ୍ଥଳରେ ଚଢ଼ାଉ କରିଥିଲା ପୋଲିସ । ତେବେ ଏହି ଚଢାଉରେ ପୋଲିସକୁ କିଛି ଆପତ୍ତିଜନକ ସାମଗ୍ରୀ ମିଳିଛି । ଯାହାକୁ ଜବତ କରି ଛାନ୍ଭିନ୍ କରୁଛି ପୋଲିସ । ଆୟୋଜକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

Watch Video:-