ଭୁବନେଶ୍ବର ୫।୧୨: ରାଜସ୍ୱ ବିଭାଗରେ ବ୍ୟାପକ ସଂସ୍କାର ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର । କର୍ଣ୍ଣାଟକ ମଡେଲକୁ ଅନୁଧ୍ୟାନ ଓ ତର୍ଜମା କରାଯାଉଛି । ଖୁବ୍‌ଶୀଘ୍ର ରାଜସ୍ୱ ଆଇନରେ ଆସିବ ବଡ଼ ସଂସ୍କାର । ସମସ୍ତ ତଥ୍ୟକୁ ଡିଜିଟାଲାଇଜେସନ କରାଯିବ । ଯାହାଦ୍ୱାରା ଫାଇଲ ହଜିଯିବାର ଯେଉଁ ଅଭିଯୋଗ ଆସୁଥିଲା ସେଥିରେ ମଧ୍ୟ ରୋକ୍ ଲାଗିବ ।

ରାଜସ୍ୱ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନା ନେଇ ସମୀକ୍ଷା ବୈଠକ କରାଯାଇଥିଲା । ବୈଠକ ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ରାଜସ୍ୱ ଆଇନକୁ ସରଳୀକରଣ କରିବା ଲାଗି ଆଲୋଚନା ହୋଇଛି । ବସୁନ୍ଧରା ଯୋଜନା ନେଇ ବି ଆଲୋଚନା ହୋଇଛି । ବିଭିନ୍ନ ଅଦାଲତରେ ପଡ଼ି ରହିଥିବା ରାଜସ୍ୱ ମାମଲା ନେଇ ଚର୍ଚ୍ଚା କରାଯାଇଛି । କର୍ଣ୍ଣାଟକ ରାଜସ୍ୱ ଆଇନରେ ସଂସ୍କାର ଆଣିବାରେ ମଡେଲ ରାଜ୍ୟ ହୋଇଛି । ଆମେ କର୍ଣ୍ଣାଟକରେ କାମ କରିଥିବା ଜଣେ ଅଧିକାରୀଙ୍କ ସହ ଆଣି ଆଲୋଚନା କରିଛୁ । ରାଜସ୍ୱ ବିଭାଗର ବ୍ୟାପକ ସଂସ୍କାର ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର । ସମସ୍ତ ତଥ୍ୟକୁ ଡିଜିଟାଲାଇଜେସନ୍ କରାଯିବ । ଯାହା ଦ୍ୱାରା ଫାଇଲ ହଜିଯିବାର ଯେଉଁ ଅଭିଯୋଗ ଆସୁଥିଲା ସେଥିରେ ମଧ୍ୟ ରୋକ୍ ଲାଗିବ ବୋଲି ମନ୍ତ୍ରୀ କହିଛନ୍ତି ।