ମୁମ୍ବାଇ ୨୫।୦୬;ବଲିଉଡ୍ର ପ୍ରସିଦ୍ଧ ପ୍ଲେବ୍ୟାକ୍ ସିଙ୍ଗର ଅଲକା ୟାଗ୍ନିକ। ବର୍ତ୍ତମାନ ତାଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଏହାକୁ ଦେଖି ପ୍ରଶଂସକଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରୁଛି। ଭିଡିଓଟି ପଦ୍ମ ପୁରସ୍କାର ସମାରୋହର, ଯେଉଁଠାରେ ତାଙ୍କୁ ନୂଆଦିଲ୍ଲୀରେ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା।

ଗାୟିକା ହ୍ୱିଲଚେୟାରରେ

ଭିଡିଓରେ, ଅଲକା ୟାଗ୍ନିକଙ୍କୁ ହ୍ୱିଲଚେୟାରରେ ବସିଥିବାର ଦେଖାଯାଉଛି। ସେ ବହୁତ ଦୁର୍ବଳ ଦେଖାଯାଉଥିବାବେଳେ ତାଙ୍କ ପାଖରେ ଠିଆ ହୋଇଥିବା ଜଣେ ବ୍ୟକ୍ତି ତାଙ୍କୁ ସପୋର୍ଟ କରୁଥିବାର ନଜର ଆସିଛନ୍ତି। ଭିଡିଓଟି ସାମ୍ନାକୁ ଆସିବା ମାତ୍ରେ, ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତିତ ହୋଇଯାଇଛନ୍ତି ଏବଂ ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ ଲାଗିଲେ। ପ୍ରଶଂସକମାନେ କହିଛନ୍ତି ଯେ ସେମାନେ ସେମାନଙ୍କର ପ୍ରିୟ ଗାୟିକାଙ୍କୁ ଏପରି ଅସହାୟ ଅବସ୍ଥାରେ ଦେଖିବାକୁ ସହିପାରୁ ନାହାନ୍ତି।

ଜଣେ ୟୁଜର୍ସ ଲେଖିଛନ୍ତି, "ଅଲକା ୟାଗ୍ନିକ ଜୀ ଶକ୍ତି ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି। ଆଶା କରୁଛି, ସେ ଶୀଘ୍ର ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିବେ।" ଅନ୍ୟ ଜଣେ ଲେଖିଛନ୍ତି, "ଭଗବାନ ତାଙ୍କୁ ଶୀଘ୍ର ସୁସ୍ଥ କରନ୍ତୁ। ଆମେ ତାଙ୍କୁ ଏକ ସଙ୍ଗୀତ ଶୋ’ରେ ପୁଣି ଥରେ ପ୍ରଦର୍ଶନ କରିବାକୁ ଅପେକ୍ଷା କରୁଛୁ।"୨୦୨୪ ମସିହାରେ, ଅଲକା ପ୍ରଶଂସକମାନଙ୍କୁ ଚକିତ କରି ଦେଇଥିଲେ ଯେତେବେଳେ ସେ ପ୍ରକାଶ କରିଥିଲେ ଯେ ସେ ସେନ୍ସୋରିନ୍ୟୁରାଲ୍ ହିଅରିଂ ଲସ୍ (SNHL) ନାମକ ଏକ ବିରଳ ଶ୍ରବଣ କ୍ଷତିରେ ପୀଡିତ। ଏହି ଅବସ୍ଥା ତାଙ୍କ ଶ୍ରବଣ ଶକ୍ତିକୁ ଗୁରୁତର ଭାବରେ ପ୍ରଭାବିତ କରିଛି। ଅଳକା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରି ବ୍ୟାଖ୍ୟା କରିଛନ୍ତି ଯେ ଭାଇରାଲ ସଂକ୍ରମଣ ପରେ ତାଙ୍କ ଶ୍ରବଣଶକ୍ତି ହଠାତ୍ ପ୍ରଭାବିତ ହୋଇଛି।

ଏହି ଅସୁସ୍ଥତା ତାଙ୍କ କ୍ୟାରିଅରକୁ ମଧ୍ୟ ପ୍ରଭାବିତ କରିଛି। ସ୍ୱାସ୍ଥ୍ୟଗତ କାରଣରୁ ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ରେକର୍ଡିଂକୁ ଫେରି ନାହାଁନ୍ତି। ଅଳକା ୟାଗନିକଙ୍କ ଶେଷ ରେକର୍ଡ ହୋଇଥିବା ଗୀତ ଥିଲା ଇମତିଆଜ୍ ଅଲ୍ଲୀଙ୍କ ଫିଲ୍ମ "ଅମର ସିଂହ ଚମକିଲା"ର "ନରମ କଲାଜା", ଯାହାକୁ ଏ.ଆର. ରହମାନ କମ୍ପୋଜ କରିଥିଲେ। ସେ ପରଠାରୁ ସେ କୌଣସି ନୂତନ ଗୀତରେ କଣ୍ଠଦାନ କରିନାହାଁନ୍ତି।