ମୁମ୍ୱାଇ ୧୩।୦୫: ୭୯ତମ କାନ୍ସ ଫିଲ୍ମ ମହୋତ୍ସବ ଆଜିଠାରୁ ଆରମ୍ଭ ହୋଇଯାଇଛି । ଏହା ମେ ୨୩ ତାରିଖ ଯାଏ ଫ୍ରାନ୍ସର ଫ୍ରେଞ୍ଚ ରିଭେରାରେ ଆୟୋଜିତ ହେବ । ବଲିଉଡ୍ ଅଭିନେତ୍ରୀ ଆଲିୟା ଭଟ୍ଟ ସେଥିରେ ସାମିଲ ହେବାଲାଗି ଫ୍ରାନ୍ସ ପହଞ୍ଚିଛନ୍ତି । ଫ୍ରେଞ୍ଚ ରିଭେରାର ହୋଟେଲ ମାର୍ଟିନେଜ ବାହାରେ ଆଲିୟାଙ୍କର ପ୍ରଥମ ଝଲକ ସାମ୍ନାକୁ ଆସିଛି ।

ସେଥିରେ ତାଙ୍କୁ ଫ୍ଲୋରାଲ୍ ପ୍ରିଣ୍ଟର ଗାଉନ ଦେଖିବାକୁ ମିଳୁଛି । ଏଥିସହ ହାଲ୍କା ମେକଅପ୍, ଛୋଟ ଗହଣା ତାଙ୍କର ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିଛି । ଫ୍ୟାଶନ୍ ଷ୍ଟାଇଲିଷ୍ଟ ରିଆ କପୁର ଡିଜାଇନର ୟଶ ପାଟିଲଙ୍କ ସହ ମିଶି ଆଲିୟାଙ୍କୁ ଏହି ଲୁକ୍ ଦେଇଛନ୍ତି । ପ୍ରଶଂସକମାନେ ଏହାକୁ ଆଲିୟାଙ୍କ ‘ପ୍ରିନ୍ସେସ ଲୁକ୍’ ଭାବେ ଦର୍ଶାଇଛନ୍ତି । ପ୍ରସିଦ୍ଧ କାନ୍ ଫିଲ୍ମ ମହୋତ୍ସବରେ ଆଲିୟା ଏକ ବ୍ରାଣ୍ଡର ଗ୍ଲୋବାଲ ଆମ୍ବାସଡର ଭାବେ ସାମିଲ ହୋଇଛନ୍ତି ।

ଚଳିତବର୍ଷ ତାଙ୍କ ବ୍ୟତୀତ ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ, ମୌନି ରାୟ, ଅଦିତି ରାଓ ହାଇଦରି, ଜ୍ୟାକଲିନ୍ ଫର୍ନାଣ୍ଡିଜ୍, ଆମି ଭିର୍କ କାନ୍ରେ ଯୋଗ ଦେବେ । ଅଭିନେତ୍ରୀ ତାରା ସୁତାରିଆ କାନ୍ ରେଡ୍ କାର୍ପେଟ୍ରେ ଡେବ୍ୟୁ କରିବେ । ଏବର୍ଷ କାନ୍ରେ ଭାରତର ଅନେକ ସିନେମାକୁ ପ୍ରଦର୍ଶନ କରାଯିବ । ସେଥିମଧ୍ୟରେ ପଞ୍ଜାବୀ ସିନେମା ‘ଚାରଦିକଲା’, ମାଲାୟଲୀ ଫିଲ୍ମ ‘ବାଲନ୍: ଦ ବୟ’, ‘ଲାଲୋ: କୃଷ୍ଣା ସଦା ସହାୟତେ’ ପ୍ରମୁଖ ରହିଛି ।

Also Read-Avika gor: ୨୮ ବର୍ଷରେ ୩ଟି ଘରର ମାଲିକାଣି ଅବିକା ଗୌର, ସ୍ଵାମୀଙ୍କ ବ୍ୟାଙ୍କକକ୍ ଶିଫ୍ଟ ହେଲେ ଅଭିନେତ୍ରୀ