ନୂଆଦିଲ୍ଲୀ ୦୮।୦୮; ଟେଲିଭିଜନ ଦୁନିଆର ଚର୍ଚ୍ଚିତ ଦମ୍ପତି ଆକାଂକ୍ଷା ଚମୋଲା ଏବଂ ଗୌରବ ଖାନ୍ନାଙ୍କ ସମ୍ପର୍କକୁ ନେଇ ଏବେ ପୁଣିଥରେ ଚର୍ଚ୍ଚା ଜୋର ଧରିଛି । ଛାଡ଼ପତ୍ର ଘୋଷଣା ପରେ ଏବେ ନିଜ ସୋସିଆଲ୍ ମିଡିଆ ନାରୁ ‘ଖାନ୍ନା’ ସରନେମ୍ ହଟାଇବାକୁ ଚାହୁଁଛନ୍ତି ଆକାଂକ୍ଷା । ଏଥିପାଇଁ ସେ ସିଧାସଳଖ ମେଟା ଓ ଇନଷ୍ଟାଗ୍ରାମ ନିକଟରେ ସହାୟତା ମାଗିଛନ୍ତି । ବର୍ତ୍ତମାନ ଆକାଂକ୍ଷାଙ୍କ ଇନଷ୍ଟାଗ୍ରାମ ନାମ ରହିଛି ‘akankshagkhanna’ । ତେବେ ଏହି username ପରିବର୍ତ୍ତନ କରିବାରେ ସେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତାଙ୍କ ଆକାଉଣ୍ଟ ଭେରିଫାଏଡ୍ ଥିବାରୁ username ପରିବର୍ତ୍ତନ ଉପରେ କିଛି ଅଙ୍କୁଶ ରହିଥିବା କଥା ସେ ଜଣାଇଛନ୍ତି ।

ଏହାକୁ ନେଇ ଆକାଂକ୍ଷା ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ମେଟା, Meta India ଏବଂ ଇନଷ୍ଟାଗ୍ରାମକୁ ଟ୍ୟାଗ୍ କରି ତୁରନ୍ତ ସହାୟତା ମାଗିଛନ୍ତି । ବାରମ୍ବାର username ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ verification-related restriction ଯୋଗୁଁ ତାହା ସମ୍ଭବ ହେଉନଥିବା ସେ କହିଛନ୍ତି । ଏହି ସମସ୍ୟାକୁ ଯାଞ୍ଚ କରି ସମାଧାନର ରାସ୍ତା ଦେଖାଇବାକୁ ସେ ମେଟାକୁ ଅନୁରୋଧ କରିଛନ୍ତି । ଆଉ ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଣି ଥରେ ଆକାଂକ୍ଷା ଓ ଗୌରବଙ୍କ ବିବାହିତ ଜୀବନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

‘Lock Upp Season 2’ରେ ଆକାଂକ୍ଷା ଗୌରବଙ୍କ ସହ ତାଙ୍କ ସମ୍ପର୍କ ଭାଙ୍ଗିଥିବା ଏବଂ ଛାଡ଼ପତ୍ର ଦିଗରେ ଆଗକୁ ବଢ଼ୁଥିବା କଥା ସାର୍ବଜନୀନ କରିଥିଲେ । ପରେ ଏହା କେବଳ ସୋ’ର ପବ୍ଲିସିଟି କିମ୍ବା TRP ପାଇଁ ନୁହେଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିଥିବା ରିପୋର୍ଟ ଆସିଛି । ଏବେ ନିଜ ଇନଷ୍ଟାଗ୍ରମ usernameରୁ ‘Khanna’ ହଟାଇବା ପାଇଁ ମେଟାକୁ ଆକାଂକ୍ଷାଙ୍କ ଏହି ଅନୁରୋଧ ଚର୍ଚ୍ଚାକୁ ଆହୁରି ବଢ଼ାଇଦେଇଛି । ତେବେ username କେବେ ପରିବର୍ତ୍ତନ ହେବ, ଏବଂ ତାଙ୍କୁ Meta ପକ୍ଷରୁ କେମିତି ସହାୟତା ମିଳିବ, ସେନେଇ ଏବେ ନଜର ରହିଛି । ସମ୍ପର୍କ ଭାଙ୍ଗିବା ପରେ ନିଜ ଡିଜିଟାଲ୍ ପରିଚୟରୁ ମଧ୍ୟ ପୂର୍ବ ସମ୍ପର୍କର ଚିହ୍ନ ହଟାଇବାକୁ ଆକାଂକ୍ଷାଙ୍କ ଏହି ପଦକ୍ଷେପ ଏବେ ଟେଲିଭିଜନ୍ ଇଣ୍ଡଷ୍ଟ୍ରିରେ ନୂଆ ଚର୍ଚ୍ଚାର ବିଷୟ ପାଲଟିଛି ।