ନୂଆଦିଲ୍ଲୀ ୨୮/୦୧: ବାରାମତୀ ବିମାନ ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ ହୋଇଛି । ତେବେ ପାଓ୍ୱାରଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାଯା ଖେଳିଯାିଛି । ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି,“ବାରାମତୀରେ ଘଟିଥିବା ଦୁଃଖଦ ବିମାନ ଦୁର୍ଘଟଣାରେ ମୁଁ ଗଭୀର ଦୁଃଖିତ ।

​​​​​​​

ଏହି ଦୁର୍ଘଟଣାରେ ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ଗଭିର ସମବେଦନା। ଏହି ଦୁଃଖର ମୁହୂର୍ତ୍ତରେ ଶୋକସନ୍ତପ୍ତ ପରିବାରକୁ ଶକ୍ତି ଓ ସାହସ ଦେବାକୁ ମୁଁ ପ୍ରାର୍ଥନା କରୁଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବାର୍ତ୍ତାରେ ଆହୁରି କହିଛନ୍ତି ଯେ, ଅଜିତ ପାୱାର ଥିଲେ ଜଣେ ଜନନେତା । ଯାହାଙ୍କର ତୃଣମୂଳ ସ୍ତର ସହ ଥିଲା ଦୃଢ଼ ସମ୍ପର୍କ । ସେ କଠିନ ପରିଶ୍ରମୀ ବ୍ୟକ୍ତିତ୍ୱ ଭାବରେ ସମ୍ମାନିତ ।

ଯିଏ ମହାରାଷ୍ଟ୍ରର ଲୋକଙ୍କ ସେବା କରିବାରେ ଆଗରେ ଥିଲେ । ପ୍ରଶାସନିକ ବ୍ୟାପାର ପ୍ରତି ତାଙ୍କର ବୁଝାମଣା ଓ ଗରିବ ଏବଂ ଅବହେଳିତ ଲୋକଙ୍କୁ ସଶକ୍ତ କରିବା ପାଇଁ ତାଙ୍କର ଆଗ୍ରହ ମଧ୍ୟ ପ୍ରଶଂସନୀୟ ଥିଲା । ତାଙ୍କର ଅକାଳ ବିୟୋଗ ଗଭୀର ଭାବରେ ମର୍ମାହତ ଏବଂ ଦୁଃଖଦାୟକ। ତାଙ୍କ ପରିବାର ଓ ଅଗଣିତ ପ୍ରଶଂସକଙ୍କ ପ୍ରତି ସମବେଦନା। ଓମ୍ ଶାନ୍ତି ।