ଭୁବନେଶ୍ବର: ଏମ୍ସ ନର୍ସିଂ ସଂଘର ସଭାପତି ରମେଶ ପୋନୁଗୁପତିଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ସଂଘ ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା ଦିଆଯାଇଛି। ପୁଣି ଆକ୍ରମଣ ଭୟ ରହିଥିବାରୁ ଏହି ଏତଲା ଦିଆଯାଇଥିବା ବେଳେ, ଏତଲାରେ ୬ ଜଣ ଦୁର୍ବୃତ୍ତ ସୁପାରୀ ନେଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବ୍ୟକ୍ତିଗତ ଶତ୍ରୁତା ପାଇଁ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି।

ଆହୁରି ମଧ୍ୟ ଏତଲାରେ କୁହାଯାଇଛି ଯେ, ନିଜ ଡ୍ୟୁଟି ସାରି ଘରକୁ ଫେରୁଥିବା ସମୟରେ ତାଙ୍କୁ ଆକ୍ରମଣ କରାଯାଇଛି। ତେବେ ଏ ଘଟଣାକୁ ନିନ୍ଦା କରି ନର୍ସିଂ ଷ୍ଟାଫ୍ ତରଫରୁ ନିଜର ସୁରକ୍ଷା ପାଇଁ ଏମ୍ସ କ୍ୟାମ୍ପସ ପରିସରରୁ ମୁଖ୍ୟ ଫାଟକ ପର୍ଯ୍ୟନ୍ତ ଏକ କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ଏହି ରାଲିରେ ଏକାଧିକ ନର୍ସ ଅଂଶଗ୍ରହଣ କରିଥିଲେ ଏବଂ ଏହି ଘଟଣା କିଭଳି ଆଗକୁ ନ ଘଟିବ ସେନେଇ ଦାବି କରିଥିଲେ।