ଭୁବନେଶ୍ବର ୨୨।୭: ପୂର୍ବତଟ ରେଲଓ୍ବେ ସହ ଯୋଡ଼ି ହେଲା ଏଆଇ ରୋବଟ୍ । ରେଳ ଯାତ୍ରୀଙ୍କ ସୁରକ୍ଷା ପାଇଁ ରୋବଟର ବ୍ୟବହାର କରାଯିବ । ଏହି ରୋବଟର ନାମ ‘D.S.C ARJUN’ ରଖାଯାଇଛି ।

ଯାତ୍ରୀଙ୍କ ସୁରକ୍ଷା ପାଇଁ ଏଥିରେ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରାଯାଇଛି । ୭ଟି 360 ଡିଗ୍ରୀ କ୍ୟାମେରା ଲାଗିଛି । ରେଲୱେ ଟ୍ରାକକୁ ଯାଉଥିବା ଯାତ୍ରୀ, ନିଆଁ ଲାଗିଲେ ତୁରନ୍ତ ସୂଚନା ଦେବ । ୪୦ ଲକ୍ଷ ଟଙ୍କା ବ୍ୟୟରେ ପୂର୍ବତଟ ରେଳ ଆଣିଛି ଏହି ରୋବଟ୍ ।

ପ୍ରଥମ ପର୍ଯ୍ୟାୟରେ ବାହୁଡା଼ ଯାତ୍ରା ପର୍ଯ୍ୟନ୍ତ ପୁରୀ ରେଲୱେ ଷ୍ଟେସନରେ ରଖାଯିବା ପରେ ଭୁବନେଶ୍ବର ରେଲୱେ ଷ୍ଟେସନରେ ରଖାଯିବ । ସେଫ୍ଟି, ସିକ୍ୟୁରିଟି, ସର୍ଭିଲାନ୍ସ ଉପରେ ଗୁରୁତ୍ୱ । ଟ୍ରେନ ଷ୍ଟେସନ ଆସିବା ପୂର୍ବରୁ ଦେବ ସୂଚନା । ବିଶେଷ କରି ଫେସ୍ ଡିଟେକ୍ସନ୍ ସିଷ୍ଟମ୍ ଦ୍ୱାରା ଅପରାଧୀଙ୍କୁ ସ୍କାନ କରି ଚିହ୍ନଟ କରିବା ସହ ଦେହରେ ଲାଗିଥିବା ସିସିଟିଭି ଦ୍ବାରା ଯାତ୍ରୀଙ୍କ ଗତିବିଧି ଉପରେ ନଜର ରଖିବ ।