ପୁରୀ ୧୫।୦୭ :  ରାତି ପାହିଲେ ମହାପ୍ରଭୁଙ୍କ ରଥଯାତ୍ରା। ବଡ଼ଦାଣ୍ଡରେ ଭକ୍ତଙ୍କୁ ଦର୍ଶନ ଦେବେ ତିନି ଠାକୁର। ବିଶ୍ୱ ଦେଖିବ ମହାପ୍ରଭୁଙ୍କ ମାନବୀୟ ଲୀଳା। ଆଜି ପ୍ରତିପଦା ତଥା ଶ୍ରୀମନ୍ଦିରରେ ଉଭା ଯାତ୍ରା ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିରରୁ ରଥଖଳାକୁ ଶ୍ରୀବିଗ୍ରହଙ୍କ ଆଜ୍ଞାମାଳ ବିଜେ କରାଯାଇଛି। ମନ୍ଦିରରୁ ୩ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ନେଇ ରଥଖଳା ବିଜେ କରାଇବା ପରେ ବିଜେ କାହାଳୀ ବାଜିଥିଲା। ରଥଖଳାରୁ ତିନି ରଥରେ ଦଉଡ଼ି ସଂଯୋଗ କରାଯିବ ପରେ ସିଂହଦ୍ବାର ସମ୍ମୁଖକୁ ଟଣାଯାଉଛି। ରଥଟାଣିବା ସମୟରେ ବଡ଼ଦାଣ୍ଡରେ ଘଣ୍ଟ, କାହାଳୀରେ ଫାଟି ପଡ଼ୁଛି । ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଟଣାଯାଉଛି। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ, ପରେ ବଡ଼ଠାକୁର ବଳଭଦ୍ରକ ତାଳଧ୍ବଜ ରଥ ଟଣାଯିବ।

ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳ ୯ଟାରେ ରଥ ପ୍ରତିଷ୍ଠା କରାଯିବ। ସାଢ଼େ ୯ରୁ ସାଢ଼େ ୧୨ ମଧ୍ୟରେ ଶ୍ରୀଜିଉଙ୍କ ପହଣ୍ଡି ବିଜେ ନୀତି ଅନୁଷ୍ଠିତ କରାଯିବ। ଟାରୁ ୩ଟା ଭିତରେ ଛେରା ପହଁରା କରିବେ ଗଜପତି ମହାରାଜ। ଅପରାହ୍ନ ୪ଟାରୁ ରଥଟଣା ନେଇ ନୀତି ନିର୍ଘଣ୍ଟ କରାଯାଇଛି। ନୀତି ନିର୍ଘଣ୍ଟ ନେଇ ଶ୍ରୀମନ୍ଦିର ପକ୍ଷରୁ ଜାରି ହେଲା ସୂଚନା। 

Watch Video:-