ନୂଆଦିଲ୍ଲୀ, ୨୩/୦୪ : ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରୁନି । ଯୁଦ୍ଧ ବିରତି ପାଇଁ ଆଲୋଚନା ଜାରି ରହିଥିଲେ ବି ଉତ୍ତେଜନା ହ୍ରାସ ପାଉନି । ଷ୍ଟ୍ରେଟ୍ ଅଫ୍ ହର୍ମୋଜ୍ ଜଳପଥ ଦେଇ ଜାହାଜ ଚଳାଚଳ ବାଧାପ୍ରାପ୍ତ ହେଉଛି । ଫଳରେ ଏସିଆର ଅନେକ ଦେଶରେ ତୈଳ ଏବଂ ଏଲପିଜି ସଙ୍କଟ ଦେଖାଦେଇଛି । ତେବେ ଏହି ସଙ୍କଟ କେବଳ ଇନ୍ଧନରେ ସୀମିତ ନାହିଁ । ବରଂ କୋଲ୍ଡ ଡ୍ରିଙ୍କ୍ସ ବା ସଫ୍ଟ ଡ୍ରିଙ୍କସ ଉପରେ ମଧ୍ୟ ଏହାର ପ୍ରଭାବ ପ଼ଡିବା ଆରମ୍ଭ ହେଲାଣି । 

ଡାଏଟ୍ କୋକ୍ ଗାଏବ

ଲାଇଭ୍ ହିନ୍ଦୁସ୍ତାନ ରିପୋର୍ଟ ଅନୁସାରେ, ବହୁ ଦେଶୀୟ କମ୍ପାନୀ କୋକା କୋଲା ବିକ୍ରି କରୁଥିବା ଡାଏଟ୍ କୋକ୍ ବିଭିନ୍ନ ସହରରୁ ଉଭାନ ହୋଇଯାଇଛି । ବଡ ବଡ ମହାନଗରରେ ଏହା ଆଉ ମିଳୁନାହିଁ । ଦୋକାନରେ ଏହାର ଅଭାବ ପରିଲକ୍ଷିତ ହୋଇଥିବା ବେଳେ ବିଭିନ୍ନ ଇ କମର୍ସ ପ୍ଲାଟଫର୍ମରେ ମଧ୍ୟ ଏହା ଉପଲବ୍ଧ ନଥିବା ଦେଖିବାକୁ ମିଳିଛି । ନେଟିଜେନ୍ସ ଏବେ ଏହାକୁ ନୂଆ ଏଲପିଜି ସଙ୍କଟ ବୋଲି କହିବା ଆରମ୍ଭ କଲେଣି ।

Also Read :-ଯାହା କହିଥିଲେ ପତ୍ନୀ, କରିଦେଖାଇଲେ ଜଦ୍ଦୁ, POTM ପୁରସ୍କାର ନେଇ କହିଲେ ହକ୍‌ଦାର ସିଏ...

ବଡବଡ ସହରରୁ ଉଭାନ୍

ନେଟିଜେନ୍ସଙ୍କ କହିବାନୁସାରେ ବେଙ୍ଗାଲୁରୁ, ମୁମ୍ବାଇ, ପୁଣେ, ଅହମ୍ମଦାବାଦ, ଗୁରୁଗ୍ରାମ୍ ସମେତ ଅନେକ ବଡ ସହରରେ ଏପ୍ରିଲ ଅଧାରୁ ଡାଏଟ୍ କୋକ୍ ମିଳୁନି । ସୁପର ମାର୍କେଟ୍, ରିଟେଲ୍ ଷ୍ଟୋର୍ସ ଏବଂ ରେଷ୍ଟୁରାଣ୍ଟରେ ଷ୍ଟକ୍ ଶେଷ ହୋଇଯାଇଛି । ବ୍ଲିଙ୍କଇଟ୍, ଜେପ୍ଟୋ, ସ୍ୱିଗି ଏବଂ ଇନଷ୍ଟାମାର୍ଟ ଭଳି ଲୋକପ୍ରିୟ ଡେଲିଭରୀ ପ୍ଲାଟଫର୍ମରେ ଏହି ପାନୀୟ ଆଉଟ୍ ଅଫ୍ ଷ୍ଟକ୍ ଥିବା ଦେଖିବାକୁ ମିଳିଛି । ଯାହା ଉପଭୋକ୍ତାଙ୍କୁ ନିରାଶ କରିଛି ।

ନେଟିଜେନ୍ସଙ୍କ ରିଆକ୍ସନ

ଡାଏଟ୍ କୋକ୍ ସଙ୍କଟକୁ ନେଇ ସୋସିଆଲ ମିଡିଆ ୟୁଜର ଲଗାତାର ଭାବେ ପୋଷ୍ଟ୍ ଏବଂ ସେୟାର କରୁଛନ୍ତି । ଜେନ୍-ଜି ମାନେ ଏହି ଅଭାବକୁ ଭାଇରାଲ୍ ଟ୍ରେଣ୍ଡ୍ କରିସାରିଲେଣି । ସେମାନେ ବିଭିନ୍ନ ମିମ୍ସ ପୋଷ୍ଟ୍ କରୁଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ, ସେ ସ୍ଥାନୀୟ ଦୋକାନରେ ଡାଏଟ୍ କୋକ୍ ମାଗିଥିଲେ । କିନ୍ତୁ ଦୋକାନୀ ଏହା ଉପଲବ୍ଧ ନଥିବା ପ୍ରକାଶ କରିଥିଲେ । ଆଉ କିଛି ୟୁଜର ଏହାକୁ ମଧ୍ୟପ୍ରାଚ୍ୟ ସଙ୍କଟର ପାର୍ଶ୍ୱ ପ୍ରତିକ୍ରିୟା ବୋଲି କହିଛନ୍ତି । ଆଉ କେହି କେହି ମଜାରେ ଏଲପିଜି ପରେ ଡାଏଟ୍ କୋକ୍ ସଙ୍କଟ କହୁଛନ୍ତି ।

ଯୋଗାଣ ବାଧାପ୍ରାପ୍ତ

ବିଶେଷଜ୍ଞଙ୍କ କହିବାନୁସାରେ, ମଧ୍ୟପ୍ରାଚ୍ୟ ଉତ୍ତେଜନା କାରଣରୁ ହର୍ମୋଜ୍ ଷ୍ଟ୍ରେଟ୍ ପ୍ରଭାବିତ ହୋଇଛି । ଜାହାଜ ଚଳାଚଳ ମଧ୍ୟ ସଠିକ୍ ଭାବେ ହେଉନାହିଁ । ଫଳରେ ଆଲୁମିନିୟମର ଉପଲବ୍ଧତା କମିବା ସହ ଦାମ୍ ବଢିଛି । ସେହିପରି ଜିରୋ ସୁଗାର୍ ଡ୍ରିଙ୍କସ୍ ହୋଇଥିବାରୁ ଏହାର ବଜାରରେ ଖୁବ୍ ଚାହିଦା ରହିଛି । ଫଳରେ ଷ୍ଟକ୍ ଉପରେ ଅଧିକ ଚାପ ପଡୁଛି । ସେହି ହିସାବରେ ଯୋଗାଣ ହୋଇପାରୁ ନାହିଁ ।