ପିପିଲି ୧୮।୧: ପିପିଲିରେ ବେଆଇନ ବାଲି ଗଦା ଉପରେ ଚଢ଼ାଉ । ଅଚାନକ ଚଢ଼ାଉ କରିଛନ୍ତି ପୁରୀ ଉପଜିଲ୍ଲାପାଳ । ଚଢ଼ାଉ କରି ସିଜ୍ କରିଛନ୍ତି ଶହ ଶହ ଟ୍ରିପ୍ ବାଲି ଗଦା ।

ସୂଚନାଯୋଗ୍ୟ ଯେ, ପିପିଲି ନୂଆ ଶାସନ ଗ୍ରାମରେ ବେଆଇନ ଭାବରେ ଷ୍ଟକ ଥିବା ବାଲି ଗଦାକୁ ଜିଲ୍ଲା ପ୍ରଶାସନ ଖଣି ଅଧିକାରୀ, ପିପିଲି ତହସିଲଦାର ଓ ପିପିଲି ପୋଲିସ ମିଳିତ ଚଢ଼ାଉ କରିଛନ୍ତି । ଏହି ଚଢ଼ାଉ ସମୟରେ ଉପଜିଲ୍ଲାପାଳଙ୍କୁ ଖୋଲା ଖୋଲି ଧମକ ଦେଲେ ବାଲି ମାଫିଆ । ଧମକ ଦେବାରୁ ଜଣଙ୍କୁ ଅଟକ ରଖିଛି ପୋଲିସ ।

ଅନ୍ୟପଟେ ଜବତ ହୋଇଥିବା ଚୋରା ବାଲିକୁ ରାତି ତମାମ ଜଗି ରହିବେ ପୋଲିସ । ପିପିଲି ନୂଆଶାସନ ପଞ୍ଚାୟତ ପ୍ରାୟ ୬ ରୁ ୭ ଟି ଜାଗାରେ ବେଆଇନ ଗଚ୍ଛିତ ବାଲି ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ଟ୍ରିପ ଜବତ ହୋଇଥିବା ଉପଜିଲ୍ଲାପାଳ କହିଛନ୍ତି । ପୂର୍ବରୁ ନୂଆଶାସନ ପଞ୍ଚାୟତରେ ବେଆଇନ ବାଲି ଚୋରା ଚାଲାଣ ହେବାର ଅନେକ ଅଭିଯୋଗ ଆସୁଥିବା ବେଳେ ଜାତୀୟ ରାଜପଥରେ ଏହି ବେଆଇନ ବାଲି ପଡି ଦୁର୍ଘଟଣା ଘଟିବା ସହ ଜୀବନ ହାନି ହୋଇଛି ।