ଗୁରୁଗ୍ରାମ: ଜର୍ମାନ୍ ସ୍ପୋର୍ଟ୍ସୱେୟାର୍ କମ୍ପାନୀ ଆଡିଡାସର ଭାରତୀୟ ଟେକ୍ନୋଲୋଜି ଅପରେସନ୍ରେ ବଡ଼ ପରିବର୍ତ୍ତନ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଗୁରୁଗ୍ରାମରେ ଥିବା ଆଡିଡାସ ଇଣ୍ଡିଆ ଟେକ୍ ହବରେ ପ୍ରାୟ ୫୦ ପ୍ରତିଶତ କର୍ମଚାରୀଙ୍କ ଚାକିରି ଯିବା ନେଇ ରିପୋର୍ଟ ପ୍ରକାଶ ପାଇଛି। ତେବେ ଛଟେଇ ହେବାକୁ ଥିବା କର୍ମଚାରୀଙ୍କ ପ୍ରକୃତ ସଂଖ୍ୟା ଆଡିଡାସର ପକ୍ଷରୁ ନିଶ୍ଚିତ କରାଯାଇନାହିଁ।ରିପୋର୍ଟ ଅନୁସାରେ, ଗୁରୁଗ୍ରାମ ଟେକ ହବରେ ପ୍ରାୟ ୭୦୦ କର୍ମଚାରୀ କାମ କରୁଛନ୍ତି। ସେମାନଙ୍କ ମଧ୍ୟରୁ ୩୫୦ କିମ୍ବା ତା’ଠାରୁ ଅଧିକ କର୍ମଚାରୀ ପ୍ରଭାବିତ ହୋଇପାରନ୍ତି। ଏହା ହେଲେ ହବ୍ର ପ୍ରାୟ ୪୫ରୁ ୫୦ ପ୍ରତିଶତ କର୍ମଚାରୀଙ୍କ ଉପରେ ପ୍ରଭାବ ପଡ଼ିବ। କିନ୍ତୁ ଏହି ସଂଖ୍ୟାକୁ କମ୍ପାନୀ ନିଶ୍ଚିତ କରିନାହିଁ।

କେଉଁ କର୍ମଚାରୀ ହେବେ ପ୍ରଭାବିତ?ରିପୋର୍ଟରେ କୁହାଯାଇଛି ଯେ ଛଟେଇରେ Software Engineer, Data Scientist ଏବଂ Data Engineer ଭଳି ଟେକ୍ନୋଲୋଜି ଭୂମିକାରେ କାମ କରୁଥିବା କର୍ମଚାରୀ ପ୍ରଭାବିତ ହୋଇପାରନ୍ତି। ସେପ୍ଟେମ୍ବର ୧୫ରେ ଆୟୋଜିତ ଏକ Town Hall ବୈଠକରେ କର୍ମଚାରୀମାନଙ୍କୁ ଏ ସମ୍ପର୍କରେ ଜଣାଯାଇଥିବା ରିପୋର୍ଟରେ ଦାବି କରାଯାଇଛି।

also read-ପେମେଣ୍ଟ ଉପରେ କାହିଁକି ଲାଗିଲା ଚାର୍ଜ? ସ୍ପଷ୍ଟ କଲେ ନୀତି ଆୟୋଗ

ରିପୋର୍ଟ ଅନୁସାରେ, ପ୍ରଭାବିତ କର୍ମଚାରୀଙ୍କୁ ଦୁଇଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି। କିଛି କର୍ମଚାରୀଙ୍କୁ ସେହି ଦିନ ହିଁ Exit Letter ଦିଆଯାଇଥିବାବେଳେ, ଅନ୍ୟ ଏକ ଗ୍ରୁପ୍କୁ ଡିସେମ୍ବର ପର୍ଯ୍ୟନ୍ତ କମ୍ପାନୀରେ ରହିବାକୁ କୁହାଯାଇଛି। ଏହି ସମୟ ମଧ୍ୟରେ ସେମାନଙ୍କୁ ଅନ୍ୟ Adidas Technology Hubରେ ଥିବା ସହକର୍ମୀଙ୍କୁ କାମର Handover ଦେବାକୁ ପଡ଼ିବ ବୋଲି ରିପୋର୍ଟରେ କୁହାଯାଇଛି। ସେହି ସମୟରେ ସେମାନେ କମ୍ପାନୀ ଭିତରେ ଅନ୍ୟ ଚାକିରି ସୁଯୋଗ ମଧ୍ୟ ଖୋଜିପାରିବେ।

ଯଦି ଡିସେମ୍ବର ସୁଦ୍ଧା ଅନ୍ୟ କୌଣସି ଭୂମିକା ମିଳୁନାହିଁ, ତେବେ ଡିସେମ୍ବର ୧୫କୁ ଶେଷ କାର୍ଯ୍ୟଦିବସ ଭାବେ ଧରାଯାଇଥିବା ରିପୋର୍ଟରେ କୁହାଯାଇଛି।

ତେବେ କାହିଁକି ନେଲା ଆଡିଡାସ ଏଭଳି ନିଷ୍ପତ୍ତି?

ଆଡିଡାସ ନିଜ ବିବୃତ୍ତିରେ ଭାରତର Technology organisationରେ କିଛି ଭୂମିକା କମାଇବା ନେଇ କହିଛି। କମ୍ପାନୀ ଏହାକୁ ଏକ “difficult decision” ବୋଲି ବର୍ଣ୍ଣନା କରିଛି। କମ୍ପାନୀର କହିବା ଅନୁସାରେ, ବ୍ୟବସାୟର ପରିବର୍ତ୍ତିତ ଆବଶ୍ୟକତା ସହ ନିଜର Operating Modelକୁ ସମନ୍ୱୟ କରିବା ପାଇଁ ଏହି ପରିବର୍ତ୍ତନ କରାଯାଉଛି।ସଂଗଠନର କିଛି ଅଂଶକୁ ସରଳ କରିବା, ଗୁରୁତ୍ୱପୂର୍ଣ୍ଣ କ୍ଷମତାକୁ ମଜବୁତ କରିବା ଏବଂ ଭବିଷ୍ୟତର ବ୍ୟବସାୟ ଓ Technology environment ପାଇଁ କମ୍ପାନୀକୁ ପ୍ରସ୍ତୁତ କରିବା ଏହି ପରିବର୍ତ୍ତନର ଉଦ୍ଦେଶ୍ୟ ବୋଲି ଆଡିଡାସ କହିଛି। ପ୍ରଭାବିତ କର୍ମଚାରୀଙ୍କ ଅବଦାନ ପାଇଁ କମ୍ପାନୀ କୃତଜ୍ଞ ଥିବା ସହ ସେମାନଙ୍କୁ Transition Assistance ଦିଆଯିବ ବୋଲି ମଧ୍ୟ କହିଛି।

ଛଟେଇ ଖବର ମଧ୍ୟରେ ଭାରତରେ ଆଡିଡାସର ଟେକ୍ନୋଲୋଜି ଓ ବିଜନେସ୍ ଅପରେସନ୍ ମଧ୍ୟ ବିସ୍ତାରିତ ହୋଇଛି। ଗୁରୁଗ୍ରାମ ଅଫିସ୍ରେ କମ୍ପାନୀର Local Marketing Organisation ସହ Global Engineering Tech Hub ମଧ୍ୟ ରହିଛି। ଏହାଛଡ଼ା ୨୦୨୪ରେ ଚେନ୍ନାଇରେ ଆଡିଡାସ ଏକ Global Business Services Centre ଆରମ୍ଭ କରିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ତେବେ ଗୁରୁଗ୍ରାମ Tech Hubରେ କେତେ ଜଣଙ୍କ ଚାକିରି ପ୍ରକୃତରେ ଯିବ ଏବଂ Severance Package, Notice Pay କିମ୍ବା Redeployment Support ସମ୍ପର୍କରେ କ’ଣ ବ୍ୟବସ୍ଥା ହେବ ସେନେଇ ଆଡିଡାସ ପକ୍ଷରୁ ବିସ୍ତୃତ ସୂଚନା ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇନାହିଁ।