ପୁରୀ : ଆଜି ଦ୍ୱାଦଶୀ ତିଥିରେ ରଥାରୂଢ଼ ଠାକୁରଙ୍କର ଅଧରପଣା ନୀତି ଅନୁଷ୍ଠିତ ହେବ। ଶ୍ରୀଜିଉଙ୍କ ପାଖରେ ଲାଗିବ ଅଧରପଣା ଭୋଗ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧର ଉଚ୍ଚା ତୁମ୍ୱାକୃତି ମାଟିପାତ୍ରରେ ପଣା ପ୍ରସ୍ତୁତ ହେବ । ଭୋଗ ପରେ ରଥ ଉପରେ ହାଣ୍ଡି ଭଙ୍ଗାଯିବ । କୁହାଯାଏ ଉକ୍ତ ଭୋଗ ପଣା ରଥ ପାର୍ଶ୍ବଦେବଦେବୀ, ଅଶରୀର ତଥା ଚଣ୍ଡୀ ଚାମଣ୍ଡାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଏ । ତେବେ ପଣା ସମୟରେ ଏହି କୂଅରୁ ପାଣି ଯାଇ ତିଆରି ହୁଏ ପଣା। ମନରେ ପ୍ରଶ୍ନ ଆସୁଥିବ ଏହି କୂଅ ପାଣିରେ ହିଁ କାହିଁକି ପ୍ରସ୍ତୁତ ହୁଏ ଅଧରପଣା। କାହିଁକି ଖାସ୍ ଏହି କୂଅ।

୧୦୩ ବର୍ଷର କୂଅ। ଯାହା ୧୯୨୩ ମସିହାରେ ତିଆରି ହୋଇଥିଲା। ଶ୍ରୀଜିଉଙ୍କ ପଣା ପାଇଁ ଏହି ଠାରୁ ଯିବ ପାଣି। ଏହା ପଛରେ ଲୁଚି ରହିଛି ଏକ ରହସ୍ୟ। ତେବେ ଏହା କେବଳ ଭକ୍ତ, ଭକ୍ତି କିମ୍ବା କୂଅ ନୁହେଁ। ଏଇଟା ହେଉଛି ଜଣେ ଭକ୍ତର ବର୍ଷର ତପସ୍ୟା।

୧୯୨୯ ମସିହା । ବିହାର ପାଟଣାରୁ ଆସିଥିଲେ ଜଣେ ଜମିଦାର। ନାଁ ତାଙ୍କର ରାୟ ସାଖି ଚାନ୍ଦ ବାହାଦୁର। ମହାପ୍ରଭୁଙ୍କୁ ଦର୍ଶନ କରି ସେ କାନ୍ଦି ପକାଇଥିଲେ। ଭକ୍ତିରେ ହଜି ଯାଇଥିଲେ। କିନ୍ତୁ ଯାତ୍ରୀମାନଙ୍କ ପାଣି କଷ୍ଟ ଦେଖି ସେ ସହି ପାରି ନଥିଲେ। ସେଥିପାଇଁ ସିଂହଦ୍ୱାର ଆଗରେ ନିଜ ଖର୍ଚ୍ଚରେ ଏକ କୂଅ ଖୋଳାଇଲେ ଏବଂ ପାଟଣା ହନୁମାନଙ୍କ ମନ୍ଦିର ତିଆରି କଲେ। ସେ ଟଙ୍କା ଦେଲେନି, ସେ ଦେଲେ ନିଜକୁ। ଶିଳାଲେଖରେ ଲେଖିଲେ - "Rai Sakhi Chand Bahadur, Of Patna"। ଯେମିତି ଦୁନିଆ ଜାଣୁ ଦୂରରୁ ଆସିଥିବା ଭକ୍ତ ବି ସେବା କରିପାରେ। ସେବେଠାରୁ ସେବାୟତ ମାନେ ମହାପ୍ରଭୁଙ୍କ ପାଇଁ ପଣା ତିଆରି କରିବାକୁ ସେଇ କୂଅରୁ ହିଁ ପାଣି ନିଅନ୍ତି।  ବର୍ଷ ତଳେ ଯେଉଁ ସେବା ଆରମ୍ଭ ହୋଇଥିଲା, ତାହା ଆଜି ବି ଜୀବିତ ରହିଛି। କୁହାଯାଏ ରଥ ଟାଣିବା ଆଗରୁ ଏଇ ଦ୍ୱାର ପାଳ ହନୁମାନଙ୍କୁ ପୂଜା କରିବାକୁ ହୁଏ। ତାଙ୍କ ଅନୁମତି ବିନା ରଥ ଗଡେନାହିଁ। ଏ କାହାଣୀ ଶୁଣିଲେ ଲାଗେ, ସତରେ ଭକ୍ତିର କୌଣସି ସୀମା ନାହିଁ।

Also Read- Rath Jatra 2026: ସୁନାବେଶରେ ଝଟକିଲେ ରଥାରୂଢ଼ ଶ୍ରୀଜିଉ, ଆଜି ମହାପ୍ରଭୁଙ୍କ ଅଧରପଣା ନୀତି