କଟକ ୦୯/୦୨: ଅଭିନେତା ସାତ୍ତ୍ୱକି ମିଶ୍ରଙ୍କ ଜୀବନ ପ୍ରତି ବିପଦ । ତାଙ୍କୁ ଜୀବନରୁ ମାରିଦେବାକୁ ଧମକ । ହତ୍ୟା କରିଦେବା ଭଳି ଧମକ ଅଭିଯୋଗ ହୋଇଛି । ଏନେଇ ଡିସିପିଙ୍କ ନିକଟରେ ଫେରାଦ୍ ହେଲେ ଅଭିନେତା ସାତ୍ତ୍ୱକି ମିଶ୍ର । ଏମିତିକି ତାଙ୍କ ପତ୍ନୀଙ୍କୁ ବି ଅଶାଳୀନ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି । ଘଟଣାର ତଦନ୍ତ କରୁଛି ପୋଲିସ ।

ସୂଚନା ଥାଉକି, ପାରିବାରିକ ଗଣ୍ଡଗୋଳକୁ ନେଇ ହତ୍ୟା ଧମକ ଆସିଥିଵା ଅଭିଯୋଗ ହୋଇଛି । ପୈତୃକ ସମ୍ପତ୍ତି ବିବାଦରୁ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି ଦୁର୍ବୃତ୍ତ । ପରିବାରର ସୁରକ୍ଷା ଦାବି କରି କଟକ ଡିସିପିଙ୍କୁ ଭେଟିଛନ୍ତି ସାତ୍ତ୍ୱକି ମିଶ୍ର । ତାଙ୍କ ଅଭିଯୋଗ ଅନୁଯାୟୀ କଟକ ଷ୍ଟୁଡେଣ୍ଟ ଷ୍ଟୋର’ର ମାଲିକାନାକୁ ନେଇ ବିବାଦ ଉପୁଜୁଥିଲା । ଏମିତିକି ବଡ଼ବାପାଙ୍କ ପୁଅ ଅକ୍ତିଆର ପାଇଁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି । ଘରେ ପଶି ଜୀବନରୁ ମାରିଦେବାକୁ ଧମକ ଦେଇଥିବା କହିଛନ୍ତି । ତେବେ ଏହି ଘଟଣାରେ କେତେ ସତ୍ୟତା ରହି ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।

also read..

ଆସନ୍ତା ୧୯ରୁ ମାଟ୍ରିକ୍‌ ପରୀକ୍ଷା, ସିସିଟିଭି ନଜରରେ ରହିବ ପରୀକ୍ଷା କେନ୍ଦ୍ର