ବାରିପଦା ୧୪।୦୪ : କାକାବନ୍ଧ ଆଶ୍ରମରେ ଝାଡ଼ାବାନ୍ତି ଘଟଣା। ଚିକିତ୍ସାଧୀନ ଅବସ୍ଥାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି । ସେହିପରି ମୋରଡା ବିଧାୟକ ତଥା ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଭେଟିଥିଲେ ।

ଖବର ଅନୁଯାୟୀ, ରବିବାର ଦିନ ହଷ୍ଟେଲରେ ଖାଦ୍ୟ ଖାଇବା ପରେ ଶତାଧିକ ଅନ୍ତେବାସୀ ଝାଡ଼ାବାନ୍ତି ଓ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ।ଏହାପରେ ସେମାନଙ୍କୁ ତୁରନ୍ତ ରାସଗୋବିନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସୋମବାର ଦିନ ୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ବାରିପଦା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଯାଇଛି ।

Also Read:-ଦୋକାନରେ ଭିଡୁଥିଲେ ବାଣ, ବିସ୍ଫୋରଣରେ ଥରିଲା ପୁରା ଅଞ୍ଚଳ

ସେପଟେ ଘଟଣା ସଂପର୍କରେ ଖବର ପାଇ ମୋରଡ଼ା ବିଧାୟକ ତଥା ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୋମବାର ବିଳମ୍ବିତ ରାତିରେ ବାରିପଦା ମେଡିକାଲରେ ପହଞ୍ଚିଥିଲେ । ସେଠାରେ ଅସୁସ୍ଥା ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଆରୋଗ୍ୟ କାମନା କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି । ଅସୁସ୍ଥଙ୍କୁ ଭେଟିବା ପରେ ମନ୍ତ୍ରୀ କହିଛନ୍ତି ଯେ, ପିଲାଙ୍କ ସ୍ୱାସ୍ଥ୍ୟ ସହ ଖେଳା ନଯାଉ । ଖାଦ୍ୟର ମାନ ଏବଂ ସ୍ୱଚ୍ଛତା ରକ୍ଷାରେ ଯଦି କିଛି ଅବହେଳା ରହିଥିବ, ତେବେ ତାର ତଦନ୍ତ କରାଯିବ । ଯଦି ତଦନ୍ତରେ ପିଲାଙ୍କ ସ୍ଥିତି ପାଇଁ ଯେଉଁମାନେ ଦାୟୀ ଥିବେ । ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।