ଭୁବନେଶ୍ବର ୩।୧୦: ଭୁବନେଶ୍ବର ଡିସିପି ଭାବରେ ଦାୟିତ୍ବ ନେବାର କିଛି ଦିନ ପରେ ଆରମ୍ଭ ହୋଇଗଲା ଆକ୍ସନ । ବହୁ ସମ୍ବେଦନଶୀଳ ନୟାପଲ୍ଲୀ ବନ୍ଧୁକ ମୁନରେ ଦୁଷ୍କର୍ମ ମାମଲାରେ ଦୁଇ ଦିନରେ ପୋଲିସକୁ ମିଳିଛି ବଡ ସଫଳତା । ଦୁଷ୍କର୍ମ ଅଭିଯୁକ୍ତକୁ ପୋଲିସ କରିଛି ଏନକାଉଣ୍ଟର । ଏନକାଉଣ୍ଟରରେ ଆହତ ଅଭିଯୁକ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛି ।

ପାର୍ବଣ ପୂର୍ବରୁ ରାଜଧାନୀରେ ଏନକାଉଣ୍ଟର । ଏନକାଉଣ୍ଟରରେ ଆହତ ହୋଇଛି ଦୁଷ୍କର୍ମ ଅଭିଯୁକ୍ତ । ଗତ ତିନି ଦିନ ଧରି ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ନୟାପଲ୍ଲୀ ବନ୍ଧୁକ ମୁନରେ ଦୁଷ୍କର୍ମ ମାମଲାରେ ପୋଲିସକୁ ମିଳିଛି ବଡ ସଫଳତା । ଅଭିଯୁକ୍ତକୁ ପୋଲିସ ଚନ୍ଦକା ଅଞ୍ଚଳରୁ ଗିରଫ କରିଛି । ଗିରଫ ବେଳେ ପୋଲିସ ଉପରକୁ ଅଭିଯୁକ୍ତ ଗୁଳି ଚାଳନା କରିଥିଲା । ଯାହାର ଜବାବରେ ପୋଲିସ ଅଭିଯୁକ୍ତ ଉପରକୁ ପାଲଟା ଗୁଳି ଚଳାଇଥିଲା । ଫଳରେ ଅଭିଯୁକ୍ତର ବାମ ଗୋଡରେ ବାଜିଥିଲା ଗୁଳି । ଚିକିତ୍ସା ନିମନ୍ତେ ଅଭିଯୁକ୍ତକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗିରଫ ଅଭିଯୁକ୍ତ ହେଲା ବ୍ରହ୍ମପୁରର ଶ୍ରୀଧର ପଣ୍ଡା ।

ପୂରା ଘଟଣା ଥିଲା ଏମିତି

ପୀଡ଼ିତା ନୟାପଲ୍ଲୀ ଗଡ଼ ସାହିରେ ତାଙ୍କ ମା' ଓ ଉଉଣୀଙ୍କ ସହ ରହୁଥିଲେ । ବୁଧବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ହେବ ପୀଡ଼ିତାଙ୍କ ଭଉଣୀ ଏକ କାମରେ ଘରୁ ବାହାରି ଯାଇଥିଲେ । ପୀଡ଼ିତା ଯୁବତୀ ଜଣକ ଘର ଗ୍ରୀଲ୍, ମୁଖ୍ୟ କାବାଟକୁ ବନ୍ଦ ନକରି ବେଡ୍ରୁମ୍‌ରେ ଲାପଟପରେ କାମ କରୁଥିଲେ । ଏହାର ସୁଯୋଗ ନେଇ ଜଣେ ମୁଖାପିନ୍ଧା ଦୁର୍ବୃତ୍ତ ଘରର କବାଟ ଖୋଲି ଅଚାନକ ଭିତରକୁ ପଶି ଆସିଥିଲା । ଯୁବତୀ କିଛି ବୁଝିବା ଆଗରୁ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦୁଷ୍କର୍ମ କରିଥିଲା । ତା'ପରେ ଯୁବତୀଙ୍କ ଘର କବାଟକୁ ବାହାରୁ ବନ୍ଦ କରି ସେଠାରୁ ସହଜ ଢଙ୍ଗରେ ଚାଲି ଚାଲି ଆସିଥିଲା ।

Also Read:- ପ୍ରୋସେସନ ବନ୍ଦ କରିବାକୁ କହିବାରୁ ଉତ୍ତେଜନା, ଫାଟିଲା ସବ୍ ଇନ୍ସପେକ୍ଟରଙ୍କ ମୁଣ୍ଡ, କନଷ୍ଟେବଲ ଆହତ

ବୁଧବାର ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ପାଇଁ ରାତି ଦିନ ଏକ କରିଦେଇଥିଲା । ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଟିମ୍ ଗଠନ କରାଯାଇ ଚାଲିଥିଲା ତଦନ୍ତ । ପ୍ରାୟ ୪୦୦ ରୁ ଉର୍ଦ୍ଧ୍ବ ସିସିଟିଭି ଫୁଟେଜ ପୋଲିସ ଯାଞ୍ଚ କରିଥିଲା ।

Watch Video: