ଭଦ୍ରକ: କେତେ ଖୁସିରେ ଯାଇଥିଲେ ମହାପ୍ରଭୁଙ୍କ ଦର୍ଶନ ପାଇଁ। ଜଗନ୍ନାଥଙ୍କୁ ଦର୍ଶନ କଲେ। ଖୁସିରେ ଘରକୁ ଫେରିଥିଲେ। ହେଲେ ଜାଣିନଥିଲେ ଏଖୁସି ରାସ୍ତାରେ ଚାପି ହୋଇରହିଯିବ। କହିଲେ ବି ଲୋମ ଟାଙ୍କୁରୀ ଉଠିବ। ଜଗା ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣା ।

ଟ୍ରକ ପଛରୁ ଧକ୍କା।ଦେଲା ବୋଲେରୋ। ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। ୧୬ ନମ୍ୱର ଜାତୀୟ ରାଜପଥର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ରାହାଞ୍ଜ ନିକଟରେ ଏହି ଦୁର୍ଘଟଣା ଘଟିଛି।

ଜାତୀୟ ରାଜପଥରେ ରାସ୍ତା ଉପରେ ଠିଆ ହୋଇଥିବା ଟ୍ରକକୁ ପଛ ପଟୁ ଧକ୍କା ଦେଇଛି ବୋଲେରୋ। ରାହାଞ୍ଜ ଛକ ନିକଟ ବାସୁଳି ଢ଼ାବା ନିକଟରେ ରାସ୍ତରେ ଠିଆ ହୋଇଥିବା ଟ୍ରକ ପଛ ପଟୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି।

୫ ଜଣଙ୍କୁ ଗୁରୁତର ଭାବେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନେ ପୁରୀରୁ ଜଗନ୍ନାଥଙ୍କ ଦର୍ଶନ ସାରି ବାସୁଦେବପୁର ବ୍ଲକ୍ ଅଧୀନ ଇରମ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା।