ଆନନ୍ଦପୁର,|୦୭ଗଛରେ ଧକ୍କା ହେଲା ଯାତ୍ରୀବାହୀ ବସ୍ । ୭ ଆହତ । ଜଣେ ଗୁରୁତର । ଏପରି ଅଭାବନୀୟ ଘଟଣା ଘଟିଛି ଆନନ୍ଦପୁର ପୌରାଞ୍ଚଳ ଅଧିନ ଘସିପୁରା ପେଟ୍ରୋଲ ପମ୍ପ ଛକଠାରେ ।

ସୂଚନାନୁସାରେ, ଶନିବାର ଭୋର ସମୟରେ ଝାରସୁଗୁଡାରୁ ଭଦ୍ରକ ଯାଉଥିବା ଜେକେ ଟ୍ରାଭେଲ୍ସ ନାମକ ଘରୋଇ ବସ୍ ପେଟ୍ରୋଲ ପମ୍ପ ଛକ ନିକଟରେ ଥିବା ଏକ ଗଛକୁ ଧକ୍କା ଦେଇଛି । ଫଳରେ ୭ଜଣ ଆହତ ହୋଇଛନ୍ତି ା ଆହତଙ୍କ ମଧ୍ଯରୁ ଗାଡିର ହେଲପର ଗୁରୁତର ଥିବା ଜଣା ପଡିଛି । ସମସ୍ତ ଆହତଙ୍କୁ ସ୍ଥନୀୟ ଲୋକ ଓ ଅନ୍ଯ ଯାତ୍ରୀମାନଙ୍କ ସହାୟତାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କାରାଯାଇଛି ।

ତେବେ ବସରେ ୪୦ରୁ ଉର୍ଦ୍ଧ୍ୱ ଯାତ୍ରୀ ରହିଥିବାବେଳେ ଅନ୍ଯମାନଙ୍କର କୈଣସି କ୍ଷତି ହୋଇନାହିଁ । ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଲା ସେସମ୍ପର୍କରେ ସଠିକ୍ ତଥ୍ଯ ଜଣାପଡି ନାହିଁ । ଘଷିପୁରା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।