ଭୁବନେଶ୍ୱର : ବର୍ଷା ଦିନେ ଏସି ବ୍ୟବହାର କରୁଛନ୍ତି କି ? ଯଦି ବ୍ୟବହାର କରୁଛନ୍ତି ତେବେ କିଛି ଗୁରୁତ୍ୱପୂର୍ଣ ସୂଚନା ଉପରେ ଧ୍ୟାନ ଦେବା ନିହାତି ଜରୁରୀ I ସାଧାରଣତଃ ଗ୍ରୀଷ୍ମ ଋତୁରେ ଏସିର ବ୍ୟବହାର ଅଧିକ ହୋଇଥାଏ । ଯଦି ଆପଣ ଘରେ ଏବେ ନୂଆ AC ଲଗାଇଛନ୍ତି କିମ୍ବା ଲଗାଇବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ। କାରଣ ଘରର ବିଦ୍ୟୁତ ମିଟରର ଅନୁମୋଦିତ ଲୋଡ୍ କମ୍ ଥିଲେ AC ବ୍ୟବହାର କରିବାରୁ ଓଭରଲୋଡ୍ ଚାର୍ଜ ଲାଗିପାରେ। ତେଣୁ AC ଲଗାଇବା ପୂର୍ବରୁ ନିଜ ବିଦ୍ୟୁତ ସଂଯୋଗର ଲୋଡ୍ କ୍ଷମତା ଯାଞ୍ଚ କରିବା ଅତ୍ୟନ୍ତ ଜରୁରୀ।

ସାଧାରଣତଃ ବଜାରରେ ମିଳୁଥିବା AC ଗୁଡ଼ିକ ୧ ଟନ୍ କ୍ଷମତାରୁ ଆରମ୍ଭ ହୋଇଥାଏ। ଏଭଳି AC ସୁଚାରୁ ଭାବେ ଚାଲିବା ପାଇଁ ଘରର ବିଦ୍ୟୁତ ମିଟରରେ ଅତିକମରେ ୨ରୁ ୩ କିଲୋୱାଟ୍ ଲୋଡ୍ ରହିବା ଆବଶ୍ୟକ। ଯଦି ଆପଣଙ୍କ ଘରର ମିଟର ଲୋଡ୍ ଏହାଠାରୁ କମ୍ ରହିଛି ଏବଂ ଆପଣ AC ସହ ଅନ୍ୟାନ୍ୟ ଅଧିକ ବିଦ୍ୟୁତ ଉପକରଣ ଚଳାଉଛନ୍ତି, ତେବେ ନିର୍ଦ୍ଧିଷ୍ଟ ସୀମାଠାରୁ ଅଧିକ ବିଦ୍ୟୁତ ବ୍ୟବହାର ହୋଇପାରେ। ଏପରି ସ୍ଥିତିରେ ବିଦ୍ୟୁତ ବିତରକ କମ୍ପାନୀର ନିୟମ ଅନୁଯାୟୀ ଓଭରଲୋଡ୍ ଚାର୍ଜ କିମ୍ବା ଅତିରିକ୍ତ ଶୁଳ୍କ ଲାଗିପାରେ।

ଏଥିରୁ ବର୍ତ୍ତିବା ପାଇଁ ପ୍ରଥମେ ନିଜ ବିଦ୍ୟୁତ ବିଲ୍ କିମ୍ବା ମିଟର ସଂଯୋଗରେ ଉଲ୍ଲେଖ ଥିବା ଲୋଡ୍ ଯାଞ୍ଚ କରନ୍ତୁ। ଯଦି ଲୋଡ୍ କମ୍ ରହିଛି, ତେବେ AC ବ୍ୟବହାର ପୂର୍ବରୁ ସମ୍ପର୍କିତ ବିଦ୍ୟୁତ ବିତରକ କମ୍ପାନୀ ନିକଟରେ ଲୋଡ୍ ବୃଦ୍ଧି ପାଇଁ ଆବେଦନ କରନ୍ତୁ। ଏହାଦ୍ୱାରା ଭବିଷ୍ୟତରେ ଅତିରିକ୍ତ ଚାର୍ଜ କିମ୍ବା ଅନ୍ୟ ସମସ୍ୟାରୁ ବଞ୍ଚିଯାଇପାରିବେ । ତେଣୁ ଘରେ AC ଲଗାଇବା ପୂର୍ବରୁ କେବଳ ମେସିନ୍ର କ୍ଷମତା ନୁହେଁ, ବରଂ ବିଦ୍ୟୁତ ମିଟରର ଲୋଡ୍ କ୍ଷମତା ମଧ୍ୟ ନିଶ୍ଚିତ ଭାବେ ଯାଞ୍ଚ କରନ୍ତୁ। ଏହା ଆପଣଙ୍କୁ ଅନାବଶ୍ୟକ ଅତିରିକ୍ତ ବିଦ୍ୟୁତ ଖର୍ଚ୍ଚ ଏବଂ ଅସୁବିଧାରୁ ବଞ୍ଚାଇପାରିବ।ଏସବୁ ନିୟମକୁ ମାନି ଏସି ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ଏସି ଦୀର୍ଘ ଦିନ ଯିବା ସହ ବିଜୁଳି ଖର୍ଚ୍ଚ କମ୍ ହେବ ।