ଭୁବନେଶ୍ବର ୮।୩: ବର୍ଷକର କଷ୍ଟ ବୃଥାରେ ଗଲା । ଥାନାରେ ପଡ଼ି ପଡ଼ି ଗଜା ହୋଇଗଲା ୧୬ରୁ ୧୮ କ୍ବିଣ୍ଟାଲ ଧାନ । ଏଭଳି ଘଟଣା ଖୋଦ୍ ରାଜଧାନୀରେ ଘଟିଛି ।ଫେବ୍ରୁଆରୀ ୧୭ ତାରିଖରେ ବିଧାନସଭା ସମ୍ମୁଖରେ ନବନିର୍ମାଣ କୃଷକ ଓ ଯୁବ ସଂଗଠନ ତରଫରୁ ଧାନ ବସ୍ତା ରଖି ବିଶାଳ ପ୍ରତିବାଦ କରାଯାଇଥିଲା । ଧାନ ବିକ୍ରି ନ ହେବା, ଚାଷୀଙ୍କୁ ଶୋଷଣ କରିବା ପ୍ରତିବାଦରେ ବିଧାନସଭା ଫାଟକ ସାମ୍ନାରେ ଧାନ ବସ୍ତା ଫିଙ୍ଗି ପ୍ରତିବାଦ କରିଥିଲା ନବନିର୍ମାଣ ସଂଗଠନ । ପ୍ରତିବାଦକାରୀଙ୍କୁ ଗିରଫ କରି ଜେଲ୍ ପଠା ଯାଇଥିବା ବେଳେ ଧାନ ବୋଝେଇ ଗାଡିକୁ ଥାନାରେ ଅଟକ କରି ରଖିଥିଲା କ୍ୟାପିଟାଲ ଥାନା ପୋଲିସ ।

ଏ ଖବର ବି ପଢ଼ନ୍ତୁ:- ସୋମବାର ମହାପ୍ରଭୁଙ୍କ ଖସାପଡ଼ା ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ପ୍ରାୟ ୧୬ରୁ ୧୮ କ୍ବିଣ୍ଟାଲ ଧାନ ଚାଷୀ ଧ୍ରୁବ ଚରଣ ପରିଡାଙ୍କର । ପ୍ରତିବାଦ କରିବାକୁ ଧାନ ଗାଡ଼ିରେ ଲୋଡ଼ କରି ବିଧାନସଭାକୁ ଆଣିଥିଲେ । ଧାନ ବୋଝେଇ ଗାଡିକୁ ଜବତ କରି ଥାନାରେ ଅଟକ ରଖିଥିଲା ପୋଲିସ । ବହୁ ଦିନ ଥାନା ସାମ୍ନାରେ ଧାନ ଗାଡ଼ିରେ SEMITI ପଡିରହି ଗଜା ହୋଇଯାଇଛି । ଯାହାକୁ ନେଇ ଚାଷୀ ଧ୍ରୁବ ଚରଣ ପରିଡା ଥାନାରେ ବସି ରହିଥିଲେ କ୍ଷତିପୂରଣ ପାଇଁ । ଏତେ ଧାନ ଗଜା ହୋଇଯିବା ଦେଖି ଦୁଃଖରେ ଭାଙ୍ଗି ପଡ଼ିଥିଲେ ଧ୍ରୁବ ଚରଣ ପରିଡା । ଆଉ ଯାହାକୁ ନେଇ ଥାନା ଅଧିକାରୀଙ୍କୁ ଦାୟୀ କରିଛି ନବନିର୍ମାଣ ସଂଗଠନ । ଏଥିପାଇଁ କିଏ ଦାୟୀ ବୋଲି ପ୍ରଶ୍ନ କରିବା ସହ ଥାନା IICଙ୍କୁ ନିଲମ୍ବନ କରିବାକୁ ନବନିର୍ମାଣ ଯୁବ ସଂଗଠନ ଦାବି କରିଛି ।