ଭୁବନେଶ୍ୱର : ବ୍ୟାଙ୍କ ଆକାଉଣ୍ଟରେ ଆଧାର ସଂଯୋଗ ନଥିଲେ ମିଳିବନି ଭତ୍ତା। ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଏନ୍ଏସ୍ଏପିରେ ଭତ୍ତା ପାଉଥିବା ହିତାଧିକାରୀଙ୍କ ବ୍ୟାଙ୍କ ସହ ଆଧାର ସଂଯୋଗ ବାଧ୍ୟତାମୂଳକ। ଏ ନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀ ବଶିଷ୍ଠ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟର ୩ ଲକ୍ଷ ୩୫ ହଜାର ୮୫୦ ଏନ୍ଏସ୍ଏପି ହିତାଧିକାରୀଙ୍କର ହୋଇନି ଆଧାର ସହ ବ୍ୟାଙ୍କ ଆକାଉଣ୍ଟ ସଂଯୋଗ। ତେଣୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

କିଛି ପେନସନଧାରୀ ଶଯ୍ୟାଶାୟୀ ହୋଇଥିବାଇଥିବାରୁ, ସେ ମାନଙ୍କର ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ସଂଯୋଗ କରିବାକୁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ୨୦୨୬-୨୭ ଆର୍ଥିକ ବର୍ଷ ରୁ ଏସ୍ଏସ୍ଏପି ପେନସନ୍ ଏସ୍ଏନ୍ଏ-ସ୍ପର୍ଶ ପ୍ଲାଟଫର୍ମ ମାଧ୍ୟମରେ ଆଧାର ଭିଭିକ ପେମେଣ୍ଟ ବ୍ୟବସ୍ଥାରେ ପ୍ରଦାନ କରାଯିବ। ତେବେ ବର୍ତ୍ତମାନ ଯେଉଁ ଭତ୍ତାଧାରୀମାନେ ଆକାଉଣ୍ଟରେ ଭତ୍ତା ପାଉଛନ୍ତି

ଆଧାର ସଂଯୋଗ ନ ହେଲେ ଏସ୍ଏନ୍ଏ -ସ୍ପର୍ଶ ପ୍ଲାଟଫର୍ମରେ ପୁରୁଣା ବ୍ୟବସ୍ଥାରେ ଭତ୍ତା ପ୍ରଦାନ ସମ୍ଭବ ହେବ ନାହିଁ ବୋଲି ଶ୍ରୀ ବଶିଷ୍ଠ ସ୍ପଷ୍ଟ କରିଛନ୍ତି। ତେବେ ଏହି ଭତ୍ତାଧାରୀଙ୍କ ମଧ୍ୟରୁ ଅନେକ ବୟସ୍କ ଓ ଶଯ୍ୟାଶାୟୀ ଥିବାରୁ ସେମାନେ ମାନେ ବ୍ୟାଙ୍କକୁ ଯାଇ ଆଧାର କିମ୍ବା ବ୍ୟାଙ୍କ ଖାତା ସହ ସଂଯୋଗ କରିପାରୁ ନାହାନ୍ତି। ତେଣୁ ଜିଲ୍ଲା ପ୍ରଶାସନ ସେପରି ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ଆଧାର- ବ୍ୟାଙ୍କ ସଂଯୋଗ ସୁନିଶ୍ଚିତ କରିବାକୁ କୁହାଯାଇଛି।

ଫଳରେ ସାମାଜିକ ସୁ ରକ୍ଷା ପେନସନ୍ ବଣ୍ଟନରେ କୌଣସି ବ୍ୟାଘାତ ନ ଘଟିବ, ସେ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ପିପିଏସ୍ ପୋର୍ଟାଲରେ ଉପଲବ୍ଧ ତଥ୍ୟ ଆଧାରରେ ଏପରି ଭତ୍ତାଧାରୀଙ୍କୁ ଚିହ୍ନଟ କରିବାକୁ କୁହାଯାଇଛି। ସେହିପରି ଆଧାର-ବ୍ୟାଙ୍କ ସଂଯୋଗ ପୂର୍ବରୁ ଆଧାର ସିଡିଂ ଓ ଇ-କେୱାଇସି ପ୍ରକ୍ରିୟାକୁ ବ୍ଲକ ସ୍ତରରେ ପ୍ରାଥମିକତା ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। କୌଣସି ସମସ୍ୟା ହେଲେ ଜିଲ୍ଲାର ବିଭିନ୍ନ ବ୍ଳକରେ ଥିବା ଆଧାର ସଂଯୋଜକମାନେ ଆବଶ୍ୟକ ସହଯୋଗ କରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି।