ନୂଆଦିଲ୍ଲୀ ୨୫।୧: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୦୨୬ ମସିହା ଫେବୃଆରୀ ମାସ ବହୁତ ଖାସ ହେବାକୁ ଯାଉଛି। ଏହି ସମୟରେ ଏକସାଙ୍ଗରେ ୫ ବଡ଼ ଗ୍ରହ ଯଥା ସୂର୍ଯ୍ୟ, ବୁଧ, ଶୁକ୍ର, ମଙ୍ଗଳ ଓ ରାହୁ ଗୋଟିଏ ରାଶିରେ ଏକାଠି ହୋଇ ବିରଳ ପଞ୍ଚଗ୍ରହୀ ଯୋଗ ନିର୍ମାଣ କରିବେ। ଏହି ଶକ୍ତିଶାଳୀ ଯୋଗ ଶନିଙ୍କ ରାଶି କୁମ୍ଭରେ ସଙ୍ଗଠିତ ହେବ। ଯାହାର ପ୍ରଭାବ ବ୍ୟକ୍ତିଗତ ଜୀବନରୁ ଆରମ୍ଭ କରି ସମ୍ପର୍କ, କ୍ୟାରିୟର ଓ ଧନ ଉପରେ ସ୍ପଷ୍ଟ ଦେଖାଯିବ। ଏହି ସମୟ କିଛି ରାଶିଙ୍କ ଲାଗି ଉନ୍ନତିକାରକ ହେବା ସହ ମାନ ସମ୍ମାନ ଓ ଆର୍ଥିକ ଦୃଢତା ଦେଇ ପାରେ। ଖାସ କରି ସିଂହ, ମେଷ ଓ କୁମ୍ଭ ରାଶି ଲୋକଙ୍କ ନିମନ୍ତେ ଏହି ଯୋଗ ଶୁଭ ସଂକେତ ଦେଉଛି।

ସିଂହ ରାଶି
ସିଂହ ରାଶି ଜାତଙ୍କ ନିମନ୍ତେ ଏହି ପଞ୍ଚଗ୍ରହୀ ଯୋଗ ସେମାନଙ୍କ ରାଶିର ସପ୍ତମ ଭାବରେ ହେବ। ଏହି ଭାବ ପାର୍ଟନରସିପ, ବିବାହ ଓ ବ୍ୟବସାୟୀକ ସମ୍ବଦ୍ଧ ସହ ସମ୍ପର୍କିତ। ଏହି ସମୟରେ ଜୀବନସାଥୀଙ୍କ ପୁରା ସହଯୋଗ ମିଳିବ। ବୈବାହିକ ଜୀବନରେ ମଧୁରତା ଆସିବ। ଯେଉଁମାନେ ବାଣିଜ୍ୟ ବ୍ୟବସାୟ କରୁଛନ୍ତି ସେମାନଙ୍କୁ ନୂଆ ପାର୍ଟନର ମିଳିବେ ଓ ଏଥିରୁ ପ୍ରଚୁର ଲାଭ ମଧ୍ୟ ମିଳିବ। ଅଟକି ରହିଥିବା କାମ ଆଗକୁ ବଢିବ। ସମାଜରେ ଏହି ରାଶି ଜାତକଙ୍କ ଛବି ଅଧିକ ମଜଭୁତ ହେବ। ଚାକିରୀ ଜୀବୀଙ୍କୁ ପ୍ରମୋସନ ଅଥବା ନୂଆ ଦାୟିତ୍ୱ ମିଳିବାର ଯୋଗ ରହିଛି। ମୋଟ ଉପରେ ଏହି ସମୟ କ୍ୟାରିୟର ଓ ସମ୍ପର୍କ ପାଇଁ ବେଶ୍ ଲାଭଦାୟୀ ହେବ।

ମେଷ ରାଶି
ମେଷ ରାଶି ଜାତକଙ୍କ ଲାଗି ଏହି ଯୋଗ ଆପଣଙ୍କ କୁଣ୍ଡଳିର ଆୟ ଓ ଲାଭ ସ୍ଥାନରେ ସୃଷ୍ଟି ହେଉଛି, ଯାହା ଆପଣଙ୍କ ଲାଗି ଅତ୍ୟନ୍ତ ଶୁଭ। ଏହି ସମୟରେ ଉପାର୍ଜନର ନୂଆ ସ୍ରୋତ ସାମ୍ନାକୁ ଆସିବ। ପୂର୍ବରୁ କରିଥିବା ନିବେଶରୁ ଭଲ ରିଟର୍ଣ୍ଣ ପାଇବେ। ଚାକିରୀ ସନ୍ଧାନରେ ଥିବା ଏହି ରାଶି ଜାତକଙ୍କ ତାଙ୍କ ମନ ଚାହୁଁଥିବା ଚାକିରୀ ମିଳିବାର ସଂକେତ ମିଳୁଛି। ସେହିପରି ବ୍ୟବସାୟ ବାଣିଜ୍ୟ କରୁଥିଲେ ଲାଭ ବଢିବ। ବଡ଼ ଲୋକଙ୍କ ସହ ସମ୍ପର୍କ ସୃଷ୍ଟି ହେବ। ଆର୍ଥିକ ସ୍ଥିତି ଦୃଢ ହେବ, ଏଣୁ ଆତ୍ମବିଶ୍ୱାସ ବଢିବ। ପରିବାର ସହିତ ସୁଖଦ ସମୟ ବିତାଇବାକୁ ସୁଯୋଗ ମିଳିବ। ଭବିଷ୍ୟତକୁ ନେଇ ଯୋଜନା ମଧ୍ୟ ସଫଳ ହେବ।

କୁମ୍ଭରାଶି
କୁମ୍ଭରାଶି ଜାତକଙ୍କ ନିମନ୍ତେ ଏହି ଯୋଗ ଲଗ୍ନ ଭାବ ଅର୍ଥାତ ସ୍ୱୟଂ ଉପରେ ପ୍ରଭାବ ପକାଇବ। ଏହାର ଅର୍ଥ ହେଉଛି ଆପଣଙ୍କ ବ୍ୟକ୍ତିତ୍ୱ ବୃଦ୍ଧି ହେବ। ଲୋକେ ଆପଣଙ୍କ କଥାରେ ପ୍ରଭାବିତ ହେବେ। କ୍ୟାରିୟରରେ ଆଗକୁ ବଢିବା ପାଇଁ ଅବସର ମିଳିବ। ନୂଆ ଚାକିରୀ, ପଦୋନ୍ନତୀ ଅଥବା ବଡ଼ ପ୍ରେଜେକ୍ଟ ମିଳିବ। ଯେଉଁ କାମ ଦୀର୍ଘ ସମୟରୁ ଅଟକି ରହିଥିଲା ସେହି ସବୁ କାମ ଏବେ ସମ୍ପୂର୍ଣ୍ଣ ହେବ। ସ୍ୱାସ୍ଥ୍ୟରେ ସୁଧାର ଆସିବ ଓ ମାନସିକ ରୂପେ ଆପଣ ଆପଣଙ୍କୁ ଖୁବ୍ ମଜଭୁତ ଅନୁଭବ କରିବେ। ଏହି ସମୟ ନିଜକୁ ପ୍ରମାଣିତ କରିବା ଓ ଜୀବନରେ ବଡ଼ ପରିବର୍ତ୍ତନ ଆଣିବାରେ ସହାୟକ ହେବ।