ପୁରୀ: ସାମାନ୍ୟ କଥାକୁ କେନ୍ଦ୍ରକରି ନାବାଳକକୁ ଛରାମାଡ଼ । ପୁରୀ ଅଠରନଳା ପାର୍କରେ ଘଟିଛି ଏହି ଛୁରାମାଡ଼। ଛୁରାମାଡ଼ରେ ନାବାଳକ ଗୁରୁତର ହୋଇଥିବା ବେଳେ, ଚିକିତ୍ସା ପାଇଁ ତାଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତର ନାବାଳକ ପୁରୀ ସଦର ଥାନା ଗୋପିନାଥପୁର ଅଞ୍ଚଳର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ନାବାଳକର ପେଟକୁ ତିନିଜଣ ଯୁବକ ଛୁରୀରେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି। ଖବରପାଇ ସଦର ଥାନା ପୋଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ନାବାଳକ ଜଣକ ପାର୍କରେ ବସିଥିବା ବେଳେ ତିନିଜଣ ଯୁବକ ତାଙ୍କୁ ଗାଳି ମନ୍ଦ କରିଥିଲେ। ହେଲେ କାହିଁକି ଗାଳି କରୁଛ ବୋଲି କାର୍ତ୍ତିକ ପଚାରିବାରୁ ତାଙ୍କୁ ଯୁବକମାନେ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି।

Also Read: