କୋଣାର୍କ: ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ଫର୍ଣ୍ଣିଚର ଗୋଦାମ। ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ। ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି କାକଟପୁର କୁଣ୍ଡେଇ ହାଟ ସ୍ଥିତ ‘ବାସୁଦେବ ଫର୍ଣ୍ଣିଚର’ ଗୋଦାମରେ।

ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ଗୋଦାମରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଆଉ ଗୋଦାମରେ କାଠ ସାମଗ୍ରୀ ଥିବାରୁ ନିଆଁ ସଙ୍ଗେସଙ୍ଗେ ପୂରା ଗୋଦାମକୁ କବଳିତ କରିଥିଲା। ଏମିତିକି ନିଆଁର ପ୍ରକୋପ ଏତେ ଥିଲା ଯେ, ସ୍ଥାନୀୟ ଲୋକେ ଏହାକୁ ଆୟତ୍ତ କରିବାକୁ ଅସମର୍ଥ ହୋଇଥିଲେ।

Also Read: Family Dispute: ନଡ଼ିଆ ଗଛକୁ ନେଇ ଦୁଇ ଭାଇଙ୍କ ଝଗଡ଼ା, ଆକ୍ରମଣରେ କଟିଲା ସ୍ୱାମୀଙ୍କ ବାମ ଗୋଡ ଓ ସ୍ତ୍ରୀଙ୍କ ପାପୁଲି

ତେବେ ଖବର ପାଇ କୋଣାର୍କ ଓ ଅସ୍ତରଙ୍ଗରୁ ଅଗ୍ନିଶମ ବାହିନୀର ଦଳ ପହଞ୍ଚି ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଗୋଦାମରେ ଏହି ଅଗ୍ନିକାଣ୍ଡ କେଉଁ ପରିସ୍ଥିତିରେ ଏବଂ କେଉଁ କାରଣରୁ ଘଟିଲା ? ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିଲେ ବି, ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି।