ଭଦ୍ରକ: ବନ୍ୟାରେ ଭୟଙ୍କର ଦୃଶ୍ୟ। କୁକୁରକୁ ଟାଣି ନେଲା ନଦୀକୁ ଚାଲିଆସିଥିବା କୁମ୍ଭୀର ଟାଣି। ଘଟଣାରେ ପରେ ଭୟରେ ଗ୍ରାମବାସୀ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍‌ର ବୋଡ଼କ ପଞ୍ଚାୟତର ହଟନଗର ଅଞ୍ଚଳରେ।

ସୂଚନା ଅନୁସାରେ, ବନ୍ୟାରେ ରେବ ନଦୀ ଫୁଲିବା ଯୋଗୁ ପାଣି ରାସ୍ତା ଉପରକୁ ଚଢ଼ିଛି। ଆଉ ତା’ଉପରେ ପୁଣି ନଦୀରେ କୁମ୍ଭୀରଙ୍କ ଉପସ୍ଥିତି ସ୍ଥିତିକୁ ଆହୁରି ଜଟିଳ କରିଛି। ଶନିବାର ରାସ୍ତାରେ ବୁଲୁଥିବା ଏକ ବୁଲା କୁକୁରକୁ ବିଶାଳ କୁମ୍ଭୀର ଟାଣି ନେଇଥିବା ଦୃଶ୍ୟ ଦେଖି ଗ୍ରାମବାସୀ ଆତଙ୍କିତ ହୋଇଛନ୍ତି ।

Also Read:  ବନ୍ୟା ପାଣିରେ ବୁଡ଼ିଲା ସ୍କୁଲ, ତଥାପି ଫିକା ପଡ଼ିଲାନି ସ୍ୱାଧୀନତା ଦିବସର ଉତ୍ସାହ

ଏମିତିକି କୁମ୍ଭୀରଟି ନଦୀ ଭିତରେ ଉପର ମୁଣ୍ଡକୁ ଯାଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ଆଉ ନଦୀ ଭିତରେ କୁମ୍ଭୀରର ଉପସ୍ଥିତି ଏବେ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ାଇଛି । ବନ୍ୟା ସମୟରେ ରାସ୍ତାକୁ ଯିବାବେଳେ ସମସ୍ତେ ସତର୍କ ରୁହନ୍ତୁ ବୋଲି ପରାମର୍ଶ ଦିଆଯାଇଛି ।