ଭଦ୍ରକ: ଚାରିଆଡ଼େ ବନ୍ୟା ସ୍ଥିତି। ବନ୍ୟା ପାଣି ଯୋଗୁ ଜଳବନ୍ଦୀ ପୂରା ଗାଁ। ହେଳେ ଏଭଳି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଅଗଷ୍ଟ ୧୫ ସ୍ୱାଧୀନତା ଦିବସର ପବିତ୍ରତା ଆଦୌ ଫିକା ପଡ଼ିନାହିଁ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ କରଦା ନୋଡାଲ ସ୍କୁଲରେ। ସ୍କୁଲ ହତାରେ ଅଣ୍ଟାଏ ପର୍ଯ୍ୟନ୍ତ ପାଣ ଜମି ରହିଥିଲେ ବି ସେଠାରେ ପାଳନ ହୋଇଛି ସ୍ବାଧୀନତା ଦିବସ। ଆଉ ଏଭଳି ପ୍ରତିକୂଳ ପରିସ୍ଥିତରେ ବି ପତାକା ଉତ୍ତୋଳନ କରି ସ୍କୁଲର ଶିକ୍ଷକ ମଧ୍ୟ ଖୁବ୍ ପ୍ରଶଂସିତ ହୋଇଛନ୍ତି।

ଗ୍ରାମବାସୀ କହିଛନ୍ତି, କର୍ତ୍ତବ୍ୟ ଆଉ ଜାତୀୟତାବୋଧକୁ ସର୍ବୋପରି ମାନି ଏହି ପାଣିରେ ପଶି ସ୍କୁଲ ପରିସରକୁ ଆସିଥିଲେ ଶିକ୍ଷକ ଧନେଶ୍ୱର ମୁଣ୍ଡା ଓ ନିରଞ୍ଜନ ପଣ୍ଡା ଏବଂ ଅନ୍ୟ କିଛି ସହଯୋଗୀଙ୍କ ସହ ନିଷ୍ଠାର ସହ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଆଉ ସେହି ପାଣି ଭିତରେ ଛିଡ଼ା ହୋଇ ଗର୍ବ ଓ ଗୌରବର ସହ ଜାତୀୟ ସଂଗୀତ ଗାନ କରିଥିଲେ ।

Also Read: ସୁବର୍ଣ୍ଣରେଖା-ଜଳକାରେ ବନ୍ୟା: ୩୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ​​​​​​​

ଜଣେ ଶିକ୍ଷକ ହିଁ ସମାଜକୁ ସଠିକ୍ ଦିଗଦର୍ଶନ ଦେଇ ଦେଶପ୍ରେମର ପ୍ରକୃତ ଅର୍ଥ ବୁଝାଇଥାନ୍ତି । ଧନେଶ୍ୱର ସାର୍ ଓ ନିରଞ୍ଜନ ସାର୍‌ଙ୍କର ଏହି ନିଷ୍ଠାପର କର୍ତ୍ତବ୍ୟପରାୟଣତା ଓ ସାହସିକତା ଆଜି ସାରା ଜାତି ପାଇଁ ଏକ ଅନୁପମ ପ୍ରେରଣା ସାଜିଛି।