ଇନ୍ଦୋର: ଆପଣ କେବେ ୨୨୦ ବର୍ଷ ପୁରୁଣା ଏବଂ ପୂରା ୨୦ ଫୁଟ ଲମ୍ବା ହସ୍ତଲିଖିତ 'ଶ୍ରୀମଦ୍ଭାଗବତ ମହାପୁରାଣ' ଦେଖିଛନ୍ତି ? କିମ୍ବା ୧୦ ଫୁଟ ଲମ୍ବା ପ୍ରାଚୀନ ଭାରତର ସେହି ରହସ୍ୟମୟ ନକ୍ସା, ଯାହାକୁ ଆମ ପୂର୍ବଜମାନେ 'ଜମ୍ବୁଦ୍ୱୀପ' ବୋଲି କହୁଥିଲେ ? ଯଦି ଦେଖିନାହାନ୍ତି, ତେବେ ଏହି ସବୁ ଦେଖିବା ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ, କାରଣ ଡିଜିଟାଲ୍ ଦୁନିଆରେ ଏହା ସମ୍ଭବ ହେବାକୁ ଯାଉଛି । ଭାରତ ସରକାରଙ୍କ "ଜ୍ଞାନ ଭାରତମ୍ ଆପ୍"ର ସଦ୍ୟତମ ରିପୋର୍ଟ ଏକ ଅତ୍ୟନ୍ତ ବିରଳ ଆବିଷ୍କାର ପ୍ରକାଶ କରିଛି ।

ଟିକମଗଡ଼ରୁ ମିଳିଥିବା ୧୦ ଫୁଟ ଲମ୍ବା 'ଜମ୍ବୁଦ୍ୱୀପ'ର ନକ୍ସା

ଏନଡିଟିଭିର ରିପୋର୍ଟ ଅନୁସାରେ, ମଧ୍ୟପ୍ରଦେଶର ଟିଜମଗଡ଼ ଜିଲ୍ଲାରେ ଯାଞ୍ଚ ସମୟରେ ଶତାବ୍ଦୀ ପୁରୁଣା ୧୦ ଫୁଟ ଲମ୍ବା ଜମ୍ବୁଦ୍ୱୀପର ଏକ ଅତ୍ୟନ୍ତ ରହସ୍ୟମୟ ଏବଂ ବିରଳ ନକ୍ସା ହାତରେ ଲାଗିଛି । ପ୍ରାଚୀନ ଭାରତୀୟ ଭୂଗୋଳକୁ ଦର୍ଶାଉଥିବା ଏହି ନକ୍ସାର କେନ୍ଦ୍ରରେ ଏକ ବୃତ୍ତାକାର ସଂରଚନା ରହିଛି । ଏହାର ଚାରିପାଖରେ ଅତି ସୂକ୍ଷ୍ମ ଭାବେ ପର୍ବତମାଳା ଏବଂ ପ୍ରାଚୀନ ଅଞ୍ଚଳଗୁଡ଼ିକୁ ଦେଖାଯାଇଛି ।

Visit: https://gyanbharatam.com/explore

ପନ୍ନାରେ ମିଳିଥିଲା ମହାକବି କେଶବଦାସଙ୍କ 'ରସିକ ପ୍ରିୟା'

ଏହା ରିତିକାଳର ପ୍ରସିଦ୍ଧ ଗ୍ରନ୍ଥ । ଏଥିରେ କାବ୍ୟଶାସ୍ତ୍ର ଏବଂ ଶୃଙ୍ଗାର ରସର କଠିନ ନିୟମଗୁଡ଼ିକୁ ରାଧା-କୃଷ୍ଣଙ୍କ ପ୍ରେମ ପ୍ରସଙ୍ଗ ଏବଂ ସୁନ୍ଦର ଛନ୍ଦ ମାଧ୍ୟମରେ ଅତି ସହଜ ଶୈଳୀରେ ବୁଝାଯାଇଛି । ଏହା ବ୍ୟତୀତ ବୁରହାନପୁରରୁ ୨୨୦ ବର୍ଷ ପୁରୁଣା ଏବଂ ୨୦ ଫୁଟ ଲମ୍ବା ହାତଲେଖା 'ଶ୍ରୀମଦ୍ଭାଗବତ ମହାପୁରାଣ' ଏବଂ ଦତିଆରେ ଏକ ପ୍ରାଚୀନ ତାଳପତ୍ର ଅଭିଲେଖ (ବିକ୍ରମ ସମ୍ବତ ୧୮୨୮) ମଧ୍ୟ ମିଳିଛି ।

ଜ୍ଞାନ ଭାରତମ୍ ମିଶନ ଅଧୀନରେ, ପ୍ରାଚୀନ ହାତଲେଖା ପାଣ୍ଡୁଲିପିଗୁଡ଼ିକୁ ଉନ୍ମୋଚନ କରାଯାଉଛି । ଏହି ପାଣ୍ଡୁଲିପିଗୁଡ଼ିକୁ ଡିଜିଟାଇଜେସନ୍ କରିବା ପରେ, ସେଗୁଡ଼ିକୁ ଅଧ୍ୟୟନ କରାଯିବ । କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଉଥିବା କାର୍ଯ୍ୟ ପରେ, ବିଶେଷଜ୍ଞମାନେ ଏହି ପାଣ୍ଡୁଲିପିଗୁଡ଼ିକ ଅଧ୍ୟୟନ କରିବେ । ଦେଶ ଭବିଷ୍ୟତରେ ଆମର ପ୍ରାଚୀନ ଋଷି, ସନ୍ଥ ଏବଂ ବିଦ୍ୱାନମାନଙ୍କ ଦ୍ୱାରା ସଂରକ୍ଷିତ ଜ୍ଞାନରୁ ଲାଭବାନ ହେବ ।