ପାଟନା: ବିବାହ ପାଇଁ ମନା କରିବାରୁ ବାଇକରେ ଆସି କଲେଜ ଛାତ୍ରୀଙ୍କୁ ଗୁଳି କରିଦେଲା ଯୁବକ। ଏଥିରେ ୧୯ ବର୍ଷୀୟା କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ସୋମବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବିହାର ସମସ୍ତିପୁର ଜିଲ୍ଲାରେ। ପୋଲିସ ଅଭିଯୁକ୍ତ ଅରବିନ୍ଦ ଗୁପ୍ତାକୁ ଧରିବା ପାଇଁ ତଦନ୍ତ ଜାରି ରଖିଛି।

ଓ୍ବାଇନୀ ପୋଲିସର ସୂଚନା ଅନୁସାରେ, ଅଭିଯୁକ୍ତ ଅରବିନ୍ଦ ଗୁପ୍ତା ପୁଷା ଗାଁର ସୁମନ କୁମାରୀଙ୍କୁ ଗୁଳି କରି ହତ୍ୟା କରିଛି। ଛାତ୍ରୀ ଜଣକ ସାଇକେଲରେ ମଲଙ୍ଗ ସ୍ଥାନ ସ୍ଥିତ କଲେଜ ଯାଉଥିବା ବେଳେ, ଅରବିନ୍ଦ ତାଙ୍କୁ ରାସ୍ତାରେ ଅଟକାଇ ଗୁଳି ଚଳାଇ ଫେରାର ମାରିଥିଲା। ୨ଟି ଗୁଳି ବେକରେ ଏବଂ ୨ଟି ଗୁଳିରେ ଛାତିରେ ବାଜିଥିବାରୁ ଘଟଣାସ୍ଥଳରେ ହିଁ ସୁମନଙ୍କର ମୃତ୍ୟୁ ହୋଇଯାଇଥିଲା।

ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଅଭିଯୁକ୍ତ ସୁମନଙ୍କୁ ବିବାହ ପାଇଁ ଚାପ ପକାଉଥିଲା ଅରବିନ୍ଦ। ହେଲେ ମନା କରିବାରୁ ବାରମ୍ବାର ଅରବିନ୍ଦ ତାଙ୍କୁ ରାସ୍ତାରେ ଅଟକାଇ ଗୁଳି ମାରି ଫେରାର ହୋଇଯାଇଥିଲା। ପୀଡ଼ିତାଙ୍କ ମାଆ ସଙ୍ଗୀତା ଦେବୀ କହିଛନ୍ତି, ଅରବିନ୍ଦ ପ୍ରାୟ ୫ ମାସ ହେଲାଣି ଝିଅକୁ ହଇରାଣ କରୁଥିଲା ଏବଂ ବିବାହ ପାଇଁ ମନା କଲେ ହତ୍ୟା କରିଦେବ ବୋଲି ଧମକ ଦେଉଥିଲା।

Also Read: କ୍ଷୀରରେ ମିଶାଇଲା ନିଦ ବଟିକା, ଶୋଇଥିବା ସ୍ୱାମୀ ଉପରକୁ ଛାଡ଼ିଦେଲା ବିଷାକ୍ତ ସାପ; ଇନ୍ସୁରାନ୍ସ ଟଙ୍କା ପାଇଁ ହତ୍ୟା

ତେବେ ଘଟଣାକୁ ନେଇ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରି ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବାକୁ ଦାବି କରିଥିଲେ। ସମସ୍ତିପୁର ଏସପି ଅମରେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଡିଏସପି ସଞ୍ଜୟ ପାଣ୍ଡେଙ୍କ ନେତୃତ୍ବରେ ଏକ ଏସଆଇଟି ଟିମ୍ ଗଠନ କରାଯାଇଛି। ଟିମ୍ ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ଜାରି ରଖିଛି। ଜଣେ ସ୍ଥାନୀୟ ବାସୀଙ୍କ କହିବା ଅନୁସାରେ, ଯୁବତୀ ଜଣକ ଯୁବକଙ୍କ ସହ ଫୋନରେ କଥା ନହେବା ପରଠାରୁ ସେ ଅବସାଦରେ ଥିଲା।