ମୁମ୍ଵାଇ ୨୭।୧୧; ବଙ୍ଗଳା ସିନେମା ଜଗତରୁ ଆସିଲା ଖୁସି ଖବର। ବିବାହ କଲେ ଅଭିନେତ୍ରୀ ତଥା ପୂର୍ବତନ ସାଂସଦ ମିମି ଚକ୍ରବର୍ତ୍ତୀ। ନଭେମ୍ବର ୨୬ ତାରିଖରେ ନିଜ ଜୀବନର ନୂଆ ଇନିଂସ ଆରମ୍ଭ କରିଛନ୍ତି ମିମି। କୋଲକାତାରେ ନିଜ ପରିବାର ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ସିଦ୍ଧାର୍ଥ ଦତ୍ତଙ୍କ ହାତ ଧରିଛନ୍ତି ଏହି ଅଭିନେତ୍ରୀ। ନିର୍ବନ୍ଧ ସହ ପଞ୍ଜିକୃତ ବିବାହ କରିଥିବାର ପଟୋ ସେୟାର କରିଛନ୍ତି ମିମି। ଯାହା ପରେ ତାଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ।

ବେଶ୍ ଗୋପନୀୟ ଭାବେ ନିଜ ବିବାହ ଉତ୍ସବ ଆୟୋଜନ କରିଥିଲେ ଅଭିନେତ୍ରୀ। କୋଲକାତାସ୍ଥିତ ନିଜ ବାସଭବନରେ ପରିବାର ସଦସ୍ୟ ଓ କିଛି ଘନିଷ୍ଠ ବନ୍ଧୁଙ୍କ ଗହଣରେ ବିବାହ ପଞ୍ଜୀକରଣ କରିଥିଲେ। ଏହି ଅବସରରେ ଉଭୟେ ପରସ୍ପରକୁ ମୁଦି ପିନ୍ଧାଇଥିଲେ। ବିବାହ ଦିନ ମିମି ଧଳା ଓ ସୁନେଲି ରଙ୍ଗର ଟ୍ରାଡିସନାଲ ପୋଷାକରେ ବେଶ୍ ସୁନ୍ଦର ଦେଖାଯାଉଥିଲେ।

ବିବାହର କିଛି ଖାସ୍ ମୁହୂର୍ତ୍ତକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ମିମି। ଗୋଟିଏ ଫଟୋରେ ଉଭୟେ ବିବାହ ମୁଦି ଦେଖାଉଥିବା ବେଳେ ଅନ୍ୟ ଏକ ଫଟୋରେ ପରସ୍ପରକୁ ଆଲିଙ୍ଗନ କରିଥିବା ନଜର ଆସିଛନ୍ତି। ତେବେ ଫଟୋରେ ନିଜ ଜୀବନସାଥୀଙ୍କ ଚେହେରାକୁ ସମ୍ପୂର୍ଣ୍ଣ ଭାବେ ଦେଖାଇ ନାହାନ୍ତି ମିମି। କ୍ୟାପସନରେ କେବଳ ହାର୍ଟ ଇମୋଜି ଦେଇ ଏହି ଦିନକୁ ସ୍ମରଣୀୟ ବୋଲି ଦର୍ଶାଇଛନ୍ତି।

କୁହାଯାଉଛି, ମିମି ଯାହାକୁ ବିବାହ କରିଛନ୍ତି , ସେ ହେଲେ ସିଦ୍ଧାର୍ଥ ଦତ୍ତ। ଯିଏ ମର୍ଚାଣ୍ଟ ନେଭିରେ ଜଣେ ଅଧିକାରୀ। ମିମିଙ୍କ ବିବାହ ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକଙ୍କ ସହ ଅନେକ ସେଲିବ୍ରିଟି ମଧ୍ୟ ତାଙ୍କୁ ନୂଆ ଜୀବନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।