ନୂଆଦିଲ୍ଲୀ : ମେ ୪ ତାରିଖ ଦିନ ଯେତେବେଳେ ୫ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ହେଉଥିଲା ସେତେବେଳେ ଭାରତ ତଥା ବିଦେଶରୁ ନିର୍ବାଚନ କମିଶନଙ୍କ ନିର୍ବାଚନ ପ୍ଲାଟଫର୍ମ ଯେଉଁଥିରେ ରେଜଲ୍ଟ ପୋର୍ଟାଲ ମଧ୍ୟ ଥିଲା ୬୮ଲକ୍ଷ ସାଇବର ଆକ୍ରମଣର ସମ୍ମୁଖୀନ ହୋଇଥିଲା। ନିର୍ବାଚନ କମିଶନ (ଇସି) ବୁଧବାର ଏହି ସୂଚନା ଦେଇଛନ୍ତି। ଆୟୋଗ କହିଛନ୍ତି ଯେ ଇସିଆଇଏନଇଟି ସାଇବର ସୁରକ୍ଷା ପ୍ରୋଟକଲ ପ୍ରଭାବୀ ଢଙ୍ଗରେ ଦୁର୍ଭାବନା ପୂର୍ଣ୍ଣ ସାଇବର ଆକ୍ରମଣକୁ ବିଫଳ କରିଥିଲା।

ଆୟୋଗ କହିଛନ୍ତି ଯେ ତାମିଲନାଡୁ, ପଶ୍ଚିମବଙ୍ଗ, କେରଳମ, ଆସାମ ଓ ପୁଡୁଚେରୀ ନିର୍ବାଚନ ସମୟରେ ବାସ୍ତବିକ ସମୟ (ରିୟଲ ଟାଇମ) ଦେଖରେଖ, ତ୍ୱରିତ୍ ରିପୋର୍ଟିଂ ଓ ପାରଦର୍ଶିତା ବଢାଇବା ସହିତ ନିର୍ବାଚନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିବାରେ ଏହାର ଆଇଟି ପ୍ଲାଟଫର୍ମ ଇସିଆଇଏନଇଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଜାନୁୟାରୀରେ ଅଧିକାରୀକ ଲଞ୍ଚ ପରେ ଇସିଆଇ ଏନଇଟି ଆପ ଉପଯୋଗରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି ଓ ଏ ପର୍ଯ୍ୟନ୍ତ ଏହାର ୧୦ କୋଟିରୁ ଅଧିକ ଡାଉନଲୋଡ ହେଲାଣି।

ନଭେମ୍ବର ୨୦୨୫ରେ ହୋଇଥିବା ବିହାର ନିର୍ବାଚନରେ ଇସିଆଇଏନଇଟିର ବିଟା ସଂସ୍କରଣକୁ ଉପଯୋଗ କରାଯାଇଥିଲା। ଭୋଟ ଗ୍ରହଣ ଦିନ ଅର୍ଥାତ ୯, ୨୩ ଓ ୨୯ ତାରିଖରେ ଇସିଆଇଏନଇଟିରେ ୯୮.୩କୋଟି ହିଟ୍ ରେକର୍ଡ ହୋଇଥିଲା। ସେହିପରି ଭୋଟ ଗଣନା ଦିନ ପ୍ରତି ମିନିଟ୍ ହାରାହାରି ୩ କୋଟି ଭିଜିଟ୍ ହେଉଥିଲା।