ନୂଆଦିଲ୍ଲୀ,/୦୯ :ମହିଳା ପୋଲିସ ଅଧିକାରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ।୧୪ ବର୍ଷୀୟ ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ କଲେ । ତାହା ପୁଣି ଘରେ କି କେଉଁ ହୋଟେଲରେ ନୁହେଁ । ବରଂ ଏକରେଷ୍ଟୁରାଣ୍ଟର ବାଥରୁମରେ । ଏପରି କିଛି ଘଟିଛି ଜର୍ମାନୀରେ । ଏହି ଘଟଣାରେ ଅଭିଯୁକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ଆରମ୍ଭ ହୋଇଛି । ସବୁଠାରୁ ବଡ଼ କଥା ହେଲା ଯେ ଅଭିଯୁକ୍ତଜଣଙ୍କ ପରେ ଜଣେ କିନ୍ନର ବୋଲି ଜଣା ପଡିଥିଲା । ଗତବର୍ଷ ତଳେ ଘଟଥିବା ଏହି ଘଟଣା ଏବେ ପୁଣି ଚର୍ଚ୍ଚାରେ ରହିଛି ।

ସୂଚନାନୁସାରେ, ମାମଲାକୁ ନେଇ ମଙ୍ଗଳବାରଠୁ କୋର୍ଟରେଟ୍ରାଏଲ୍ଆରମ୍ଭ ହୋଇଛି । ଅଭିଯୁକ୍ତ ପୋଲିସ ଅଧିକାରୀଙ୍କୁ ସସପେଣ୍ଡ୍ କରାଯାଇଛି । ସେ ନିଜର ଜଣେ ବନ୍ଧୁଙ୍କ ନାବାଳିକା ଝିଅକୁ ଏକ ରେଷ୍ଟୁରାଣ୍ଟର ବାଥରୁମରେ ଦୁଷ୍କର୍ମ କରିଥିଲେ । ଏପରିକି ପୀଡିତାଙ୍କୁ ହ୍ୱାଟସଆପ୍ ଜରିଆରେ ଅଶ୍ଲୀଳ ଫଟୋ ଏବଂ ଭିଡିଓ ପଠାଉଥିଲେ ।

ତଦନ୍ତରୁ ଜଣା ପଡିଥିଲା ଯେ, ମହିଳା ପୋଲିସ ଅଧିକାରୀଙ୍କ ଶରୀରରେ ପୁରୁଷ ହରମୋନ୍ ଅଧିକ ରହିଛି । ତେବେ ଘଟଣା ପରେ ପୀଡିତା ଜଣଙ୍କ ଭୟରେ କାହାକୁ କିଛି କହି ନଥିଲେ । ପରେ ସତ ସାମ୍ନାକୁ ଆସିଥିଲା । କେବେଳ ନାବାଳିକା ନୁହେଁ ଅନ୍ୟ ଜଣେ ତିନି ବର୍ଷୀୟ ଶିଶୁଙ୍କୁମଧ୍ୟ ଅଭିଯୁକ୍ତ ଜଣଙ୍କଯୌନନିର୍ଯାତନା ଦେଇଛନ୍ତି । ଯାହା ତାଙ୍କ କମ୍ପ୍ୟୁଟରରୁ ଜଣା ପଡିଛି ।ଚାଇଲ୍ଡ ପର୍ଣ୍ଣୋଗ୍ରାଫିରେ ମଧ୍ୟ ସେ ଅଭିଯୁକ୍ତ ଅଟନ୍ତି ।ତାଙ୍କର ଅନ୍ୟ କେତେଜଣ ସେକ୍ଲ ପାର୍ଟନର ରହିଛନ୍ତି । ଏହି ପାର୍ଟନର ମଧ୍ୟରେ ଏକ କୁକୁର ବି ଅଛି ।ଏ ସମସ୍ତଙ୍କ ସହସେ ଖରାପ କାମ କରି ଭିଡିଓ ଉତ୍ତୋଳନ କରିଛନ୍ତି ।

ସବୁଠାରୁ ବଡ଼ କଥା ହେଲା ଯେ, ଟ୍ରାଏଲ ନ ସରିବା ଯାଏଁ ସେ ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ କୋଠରୀରେ ରହିବେ । ତାଙ୍କୁ ସାଢେ ତିନି ବର୍ଷର ଜେଲ ଦଣ୍ଡ ମିଳିପାରେ । ଏବେ ମାମଲାର ଶୁଣାଣି ଚାଲିଛି । ଅକ୍ଟୋବରରେ ହିଁ ରାୟ ପ୍ରକାଶ ପାଇବ ବୋଲି ଜର୍ମାନୀର ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି ।